କନେଷ୍ଟବଳକୁ ଧକ୍କା ଦେଇ ଜେଲ୍ ପରିସରରୁ କଏଦୀ ଫେରାର। କଏଦୀ ଫେରାର୍ ପରେ ପୋଲିସ କର୍ମଚାରୀଙ୍କ ଅବହେଳାକୁ ନେଇ ଉଠିଛି ପ୍ରଶ୍ନ। କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ଜଣେ ନାବାଳିକା ଅପହରଣ ମାମଲାରେ ଗିରଫ ହୋଇଥିଲା ସୁମନ ବେହେରା। କୋର୍ଟରେ ଅଭିଯୁକ୍ତର ଜାମିନ୍ ଖାରଜ ହେବା ପରେ ତାକୁ ଦେବଗଡ଼ସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଥିଲା କିନ୍ତୁ ଉପକାରାଗାର ପହଞ୍ଚିବା ପରେ କନେଷ୍ଟବଳକୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା ଅଭିଯୁକ୍ତ।
ସୂଚନା ଅନୁଯାୟୀ , କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ଜଣେ ନାବାଳିକା ଅପହରଣ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଜେଲ୍ ପରିସରରୁ ଫେରାର ହୋଇଯାଇଛି। ଅଭିଯୁକ୍ତ ନାବାଳିକା ଅପହରଣ କରିଥିବାରୁ ନାବାଳିକାଙ୍କ ପକ୍ଷରୁ ଏ ନେଇ କୁଣ୍ଡେଇଗୋଳା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲାକୁ ଭିତି କରି ସୁମନକୁ ଗିରଫ କରିଥିଲା। କୋର୍ଟରେ ସୁମନର ଜାମିନ୍ ଖାରଜ ହେବା ପରେ ତାକୁ ଦେବଗଡ଼ସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଥିଲା କିନ୍ତୁ ଉପକାରାଗାର ପହଞ୍ଚିବା ପରେ କନେଷ୍ଟବଳକୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା ସୁମନ। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।