ଆସିକା – ପିଉସା ର କାତି ଚୋଟରେ ପୁତୁରା ଲହୁଲୁହାଣ l ଆଜି ଆସିକା ଥାନା ଅଧୀନ ଆସିକା ଜୋକବନ୍ଧ ସାହିର ସୁକାନ୍ତ ସେଠୀ ବୟସ ୪୭ ନିଜ ପୁଅ ସହିତ ବ୍ରହ୍ମପୁର କୌଣସି କାମରେ ଯାଇ ଫେରିବା ସମୟରେ ହିଞ୍ଜିଳି କାଟୁ ଥାନା ଅଧୀନ ପିତଳ ରାମଚନ୍ଦ୍ର ପୁର ଗ୍ରାମରେ ଥିବା ତାଙ୍କ ପିଉସା ପୁର୍ଣଚନ୍ଦ୍ର ସେଠୀ ଙ୍କ ଘରକୁ ଯାଇଥିଲେ l
ସେଠାରେ କିଛି ସମୟ ବସି କଥାବାର୍ତା ହେବା ସମୟରେ କୌଣସି ଏକ କଥାବାର୍ତାକୁ ନେଇ ପିଉସା ପୂର୍ଣଚନ୍ଦ୍ର ସେଠୀ ଉତକ୍ଷିପ୍ତ ହୋଇ ଏକ କତିରେ ସୁକାନ୍ତ ସେଠୀଙ୍କ ଡାହାଣ ହାତ ପାପୁଲି, ବାମ ହାତ କୋହୁଣି, ବାମ ହାତ ଦୁଇ ତିନୋଟି ସ୍ଥାନ ଓ ଦୁଇଟି ଯାକ ଗୋଡ଼ର ବିଭିନ୍ନ ଜାଗାକୁ ହାଣି ଲହୁଲୁହାଣ କରିପକାଇଥିଲା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୂର୍ଣଚନ୍ଦ୍ର ର କବଳରୁ ସୁକାନ୍ତ ଙ୍କ ପୁଅ ରକ୍ଷା କରି ତାଙ୍କୁ ଆସିକା ଉପଖଣ୍ଡ ଚିକିତ୍ସା ଲୟକୁ ଆଣି ତାଙ୍କ ପ୍ରାଥମିକ ଚିକିତ୍ସା କରାଇଛନ୍ତି l ଖବର ଲେଖା ପର୍ଯ୍ୟନ୍ତ ଥାନା ରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି l ପ୍ରକାଶ ଥାଉକି ପୂର୍ଣଚନ୍ଦ୍ର ସେଠୀ ଜଣେ ପେସାଦାର ଅପରାଧୀ ସେ ପୂର୍ବରୁ ଆଜୀବନ କାରାଦଣ୍ଡ ଭୋଗି ଜେଲରୁ ଫେରିଥିବା ସୂଚନା ରହିଛି l