ଆସିକା : ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ନିର୍ଦେଶ କ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ ରାଣୀ ମହାନ୍ତିଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱବଧାନରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆସିକା କଲେଜ ଛକ ସ୍ଥିତ ଟେକ୍ନିକାଲ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ଲିଙ୍ଗରାଜ ସ୍ୱାଇଁ ଓ ଆସିକା ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ଖେଳ ର ଶୁଭାରମ୍ଭ କରିଥିଲା ବେଳେ ମୁଖ୍ୟବକ୍ତା ଭାବେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ ରାଣୀ ମହାନ୍ତି ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଅଭିଭାଷଣ କହିଥିଲା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସହକାରୀ ଗୋଷ୍ଠୀ ଅଧିକାରୀ ଭାଗିରଥି ପାତ୍ର, ବିଭୂନନ୍ଦନ ପଣ୍ଡା,ଧରାକୋଟ ସହକାରୀ ଗୋଷ୍ଠୀ ଅଧିକାରୀ ପ୍ରଦୀପ କୁମାର ହୋତା,ଟେକ୍ନିକାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାପାତ୍ର, ଅଶୋକ କୁମାର ପଟ୍ଟନାୟକ, କ୍ରୀଡ଼ାବିତ ତାରିଣୀ ସେନାପତି, ବରିଷ୍ଠ ବିଜେଡି ନେତା ଦିଲ୍ଲୀପ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଥିଲେ l
ଏହି ପ୍ରତିଯୋଗିତାରେ ଆସିକା ଓ ଧରାକୋଟ ବ୍ଲକର ପ୍ରାୟ ୩୫୦ ଜଣ ଖେଳାଳି ବିଭିନ୍ନ କ୍ରୀଡାରେ ଭାଗ ନେଇଥିଲେ l ଆଜି ଏହି ଶିବିରରେ ବିଭିନ୍ନ ଖେଳରୁ ପ୍ରାୟ ୧୫୦ ଜଣ ଖେଳାଳି ଆସନ୍ତା ୨୫ ତାରିଖରେ ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ l ଏହି କ୍ରୀଡା ପ୍ରତିଯୋଗିତାରେ ଖୋଖୋ, କବାଡି, ଫୁଟବଲ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, କ୍ରିକେଟ, ଦୌଡ ଆଦି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l