ଟି.ଏନ.ଟି.ରେ ଚାଟଶାଳା ତରଫରୁ ବିଜ୍ଞାନ ପ୍ରଦର୍ଶନୀ 

ବ୍ରହ୍ମପୁର, ୨୧/୧୧ (ଅଭିଜିତ କର): ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ଚାଟଶାଳା ଅନୁଷ୍ଠାନର ବିଶିଷ୍ଟ ଶିକ୍ଷାବିତଙ୍କ ଦ୍ଵାରା ଶିକ୍ଷା କ୍ଷେତ୍ରରେ ସମଗ୍ର ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟି.ଏନ.ଟି. ରେ ଗତ ରବିବାର ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ବିଜ୍ଞାନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା କେବଳ ପାଠ୍ୟ ପୁସ୍ତକ ମଧ୍ୟ୍ୟରେ ସୀମିତ ରହିଯାଉ ଥିଲା ତାହାକୁ ବାସ୍ତବରେ ରୂପାନ୍ତରଣ କରି ଅନେକ ମଡେଲ ମାଧ୍ୟ୍ୟମରେ ପିଲାଙ୍କୁ ଉପସ୍ଥାପନା କରାଯାଇଥିଲା । ଚାଟଶାଳା ବିଜ୍ଞାନ ଲାବର ମୁଖ୍ୟ ଶାନ୍ତନୁ କୁମାର ପାତ୍ର ଅନୁବିକ୍ଷଣ ଯନ୍ତ୍ର ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ବ୍ୟବହାର ତଥା ପରିଚାଳନା ଇତ୍ୟାଦି ସମ୍ପର୍କରେ ପିଲା ମାନଙ୍କୁ ନିଖୁଣ ଭାବେ ଦେଖାଇଥିଲେ। ଏଥିରେ ଛାତ୍ରଛାତ୍ରୀ ମାନେ ମଧ୍ୟ ବିଜ୍ଞାନର ବାସ୍ତବ ଚିତ୍ରକୁ ମନ ଭରି ଉପଭୋଗ କରିଥିଲେ, ଯାହା ପିଲା ମାନଙ୍କ ଭବିଷ୍ୟତ ଗଠନ ଦିଗରେ ଏଭଳି ବିଜ୍ଞାନ ପ୍ରଦର୍ଶନୀ ଏକାନ୍ତ ଆବଶ୍ୟକ ବୋଲି ଅନୁଷ୍ଠାନର ମୁଖ୍ୟ ଶ୍ରୀ ଅଜୟ କୁମାର ଦ୍ବିବେଦୀ ମତ ପୋଷଣ କରିଛନ୍ତି । ଏହି ଅବସରରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।