ଟ୍ରାକ୍ଟର ତଳକୁ ଖସି ୮ ମାସର ଶିଶୁପୁତ୍ରର ମୃତ୍ୟୁ

ଟ୍ରାକ୍ଟର ଉପରୁ ତଳକୁ ଖସିପଡି ୮ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଆନନ୍ଦପୁର ଥାନା ପଇତାପାଣି ଗାଁରେ ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଛି। ରାଜୁ ବିରୁଆ ତାଙ୍କ ପତ୍ନୀ ଓ ଶିଶୁପୁତ୍ର ସହିତ ଶ୍ୱଶୁର ଘରୁ ରାକ୍ଷୀ ପର୍ବ ପାଳନ କରି ଘରକୁ ଫେରିବା ବେଳେ ଏହି ଅଘଟଣ ଘଟିଛି ।

ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ଖଇରା ଥାନା ଓସ୍ତପାଳ ଗାଁର ରାଜୁ ବିରୁଆ ତାଙ୍କ ପତ୍ନୀ ଓ ଶିଶୁପୁତ୍ର ସହିତ ମିଶି ରାକ୍ଷୀ ପର୍ବ ପାଳନ ପାଇଁ ଶ୍ୱଶୁର ଘର ପଇତାପାଣିକୁ ଆସିଥିଲେ। ଘର ନିକଟରେ ଠିଆ ହୋଇଥିବା ଟ୍ରାକ୍ଟର ଉପରେ ରାଜୁଙ୍କ ପତ୍ନୀ ଛୋଟ ଛୁଆକୁ ଧରି ଖେଳାଉଥିବା ସମୟରେ ଅସାବଧାନତା ବଶତଃ ଛୁଆଟି ତଳକୁ ଖସି ପଡିଥିଲା। ପରିବାର ଲୋକ ତାକୁ ତୁରନ୍ତ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ଛୁଆଟିକୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଆନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।