ଆସିକା,୧୩/୦୯: ବିଦ୍ୟାଳୟ ମାନଙ୍କରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ସହଜ ସରଳ ଶିକ୍ଷାଦାନ ନିମନ୍ତେ ଆସିକା ବାଳିକା ଉଚ୍ଚ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଗଞ୍ଜାମ ଆନୁକୂଲ୍ୟରେ ଅନ୍ତନିର୍ବେଶୀ ଶିକ୍ଷା ବିଭାଗ ପକ୍ଷରୁ ଚାଲିଥିବା ତିନିଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି l ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ଅନ୍ତନିର୍ବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ, ଆସିକା ଏନ ଏ ସି ସିଆରସିସି, ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ମନ୍ଦାକିନୀ ରଥ ତାଲିମ ଦାତ୍ରୀ ରୂପେ ସନ୍ତୋଷୀନି ମୁନି, ଅର୍ଚନା ବେହେରା, ତାଲିମ ଦାତା ମନୋଜ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ l
ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ନିମନ୍ତେ ଶିଶୁ ଅଧିକାର ପୋଷ୍ଟର ମାଧ୍ୟମରେ 21 ପ୍ରକାର ଦିବ୍ୟାଙ୍ଗ ଶିଶୁ ମାନଙ୍କୁ କିଭଳି ଚିହ୍ନଟ କରଣ, ଦକ୍ଷତା ବୃଦ୍ଧି, ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ଅନ୍ତନିର୍ବେଶୀ ଶିକ୍ଷାର ଗୁରୁତ୍ୱ, ଭିନ୍ନ କ୍ଷମ ଶିକ୍ଷାର୍ଥୀଙ୍କ ଶୈକ୍ଷିକ ଏବଂ ସହ ଶୈକ୍ଷିକ କାର୍ଯ୍ୟରେ ସହାଭାଗିତାକୁ ପ୍ରାଧାନ୍ୟ, ଶ୍ରେଣୀଗୃହ ପରିଚାଳନା ରେ ଶିକ୍ଷକଙ୍କ ଭୂମିକା, ଦିବ୍ୟାଙ୍ଗ ଶିଶୁ ମାନଙ୍କ ସମସ୍ୟା ଓ ତାର ପରିଚାଳନା, ଦୃଷ୍ଟିଶକ୍ତି ବାଧିତ,ଶ୍ରବଣ ଓ ବାକ ବାଧିତ, ବୌଦ୍ଧିକ ଅକ୍ଷମତା, ମସ୍ତିଷ୍କ ପକ୍ଷଘାତ, ସ୍ଵପରାୟପତା, ନିଦ୍ଧିଷ୍ଟ ଶିକ୍ଷଣ କାର୍ଯ୍ୟରେ ଶ୍ରେଣୀ ଗୃହ ପରିଚାଳନା ସହ ଶିକ୍ଷାଦାନ କୌଶଳ, ଦିବ୍ୟାଙ୍ଗ ଶିଶୁର ସହାୟକ ଉପକରଣ ଚିହ୍ନଟ, ତାର ଯନ୍ତ୍ର, ସରକାରୀ ସୁଭିଧା ସୁଯୋଗ, ମୌଳିକ ସ୍ଵାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ସମ୍ବଳ ବ୍ୟକ୍ତି ମାନେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ହେମନ୍ତ ନନ୍ଦ ସଂଯୋଜନା କରୁଥିଲେ l