ତିନି ଦଫା ଦାବି ନେଇ ଚିଲିକା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରାଥମିକ ଶିକ୍ଷକଙ୍କ ଧାରଣା

ଚିଲିକା,11/09:ଚିଲିକା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ତିନି ଦଫା ଦାବି ନେଇ ଚିଲିକା ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ତୀବ୍ର ରୂପ ଧାରଣ କରିଛି l ଯଥା ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଛେଦ, କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ, ଶିକ୍ଷାକର୍ମୀ ଶିକ୍ଷାସହାୟକଙ୍କ ଠିକା କାର୍ଯ୍ୟକାଳକୁ ନାସନାଲ ଇନ୍କ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହ ଏକ୍ସ କ୍ୟାଡର ଶିକ୍ଷକ, କଳା, କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ l ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦୀୟ ଲାଭରେ ମୂଳବେତନ ଲେବୁଲ 9-ଗ୍ରେଡ଼ pay- 4200/ଅନୁଯାୟୀ ପ୍ରଦାନ କରାଯାଉ l ନୂତନ ପେନସନ୍ ବ୍ୟବସ୍ଥା ଉଛେଦ କରି ପୁରୁଣା ପେନସନ୍ କୁ ପୁନଃ ପ୍ରଚଳନ କରାଯାଉ l ଏହି ଧାରଣା ରେ ଚିଲିକା ବ୍ଲକ ଶିକ୍ଷକ ସଂଘ ର ଶହ ଶହ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସାମିଲି ଥିବା ବେଳେ ଚିଲିକା ଶିକ୍ଷକ ସଂଘ ସଭାପତି ବିଦ୍ୟାଧର ପଟ୍ଟଯୋଶୀ,ସମ୍ପାଦକ ପ୍ରଦୀପ କୁମାର ସାସମାଲ ଆନ୍ଦୋଳନ କୁ ତ୍ୱରାନ୍ୱିତ କରି ଥିଲେ l ସରକାର ଯଦି ଏହି ଦାବି କୁ ମାନି ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶିକ୍ଷକ ସଂଘ ଚେତାବନୀ ଦେଇଛନ୍ତି l