ତ୍ରିଦିବସୀୟ ତାଲିମ ଶିବିର ‘ସାମର୍ଥ୍ୟ’ ଅନୁଷ୍ଠିତ

ଆସିକା -ସମଗ୍ର ଶିକ୍ଷା, ଗଞ୍ଜାମ ଆନୁକୂଲ୍ୟରେ, ଅନ୍ତର୍ନିବେଶୀ ଶିକ୍ଷା ବିଭାଗ, ଷ୍ଟାର ପ୍ରୋଜେକ୍ଟ ମାଧ୍ୟମରେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ନିମନ୍ତେ ତ୍ରିଦିବସୀୟ ତାଲିମ ଶିବିର ‘ସାମର୍ଥ୍ୟ’ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ, ଆସିକାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଆସିକା ଠାରେ ଅନୁଷ୍ଠିତ ହୋଇଯାଇଛି।। ଉକ୍ତ ତାଲିମ ଶିବିରକୁ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ପାତ୍ରଓ ବିଭୁନନ୍ଦନ ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟିତ କରିଥିଲା। ଉକ୍ତ ଶିବିରରେ ଆସିକା ଏନଏସି, ନଳବଣ୍ଟା, କାଳଷଣ୍ଢପୁର, ହରିଡାପଦର, ଖାରିଆ, ଭେଟନଇ, ବଡଖୋଲି କ୍ଳଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ତାଲିମ ନେଇଥିଲେ। ସମ୍ବଳ ଶିକ୍ଷକ ଭାବରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କେ. ନୂଆଗାଁର ଅର୍ଚ୍ଚନା ବେହେରା , ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେନ୍ଦୁପଦରର ମନୋଜ କୁମାର ତ୍ରିପାଠୀ ଉପସ୍ଥିତ ରହି I

ଅନ୍ତର୍ନିବେଶୀ ଶିକ୍ଷା, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ନିମନ୍ତେ ଅଧିକାର ଅଧିନିୟମ ୨୦୧୬ ଅନୁଯାୟୀ ୨୧ ପ୍ରକାରର ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କୁ ଚିହ୍ନଟିକରଣ କୈଶଳ, ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଅନ୍ତର୍ନିବେଶୀ ଶିକ୍ଷାର ଗୁରୁତ୍ବ, ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ଶୈକ୍ଷିକ ଏବଂ ସହ-ଶୈକ୍ଷିକ କାର୍ଯ୍ୟରେ ସହଭାଗିତାକୁ ପ୍ରାଧାନ୍ୟ, ଶ୍ରେଣୀ ଗୃହ ପରିଚାଳନାରେ ଶିକ୍ଷକଙ୍କ ଭୂମିକା, ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ସମସ୍ୟା ଏବଂ ତାର ସମାଧାନ କୌଶଳ, ଦୃଷ୍ଟିଶକ୍ତି ବାଧିତ, ଶ୍ରବଣ ଓ ବାକ୍ ବାଧିତ, ବୌଦ୍ଧିକ କକ୍ଷମତା, ମସ୍ତିଷ୍କ ପକ୍ଷାଘାତ, ସ୍ବପରାୟଣତା, ନିଦ୍ଧିଷ୍ଟ ଶିକ୍ଷଣ ଅନଗ୍ରସରତା ଏବଂ ବହୁବିଧ ବାଧକତା ଶିକ୍ଷାର୍ଥୀଙ୍କୁ ନେଇ ଶିକ୍ଷଣ କାର୍ଯ୍ୟରେ ଶ୍ରେଣୀ ଗୃହ ପରିଚାଳନା ସହ ଶିକ୍ଷାଦାନ କୌଶଳ, ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ଆବଶ୍ୟକତାଥିବା ସହାୟକ ଉପକରଣ ଚିହ୍ନଟ ଏବଂ ତାର ଯତ୍ନ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଦି ଅବଗତ କରାଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠି ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଜଲି ମହାପାତ୍ର ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ – ଜଗନ୍ନାଥ ସାହୁ