ଦାଦନ ଶ୍ରମିକଙ୍କ ମୃତ୍ୟୁ ସହ ସଂଗ୍ରାମ

ବାଣପୁର,10/08:ନିଜ ପରିବାରର ଅସହାୟ ଅବସ୍ଥା ଦେଖି ଆନନ୍ଦ ପ୍ରଧାନ ଦି ପଇସା ରୋଜଗାର କରିବାକୁ ଚଳିତ ବର୍ଷ ଯାଇଥିଲେ ଦାଦନ ଶ୍ରମିକ ଭାବେ ଗୁଜରାଟ l ତେବେ ଏମିତି ଘଟଣା ଘଟିବ ବୋଲି ଆନନ୍ଦ ଜାଣି ନଥିଲେ l ବିହାରୀ ଲୋକଙ୍କ ଦ୍ଵାରା ଆକ୍ରମଣର ଶିକାର ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ଆନନ୍ଦ lଏହି ଘାଟଣା ଘଟିଛି ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ପୁଞ୍ଜିଅlମା ଗ୍ରାମର ପବିତ୍ର ପ୍ରଧାନଙ୍କ ପୁଅ ଆନନ୍ଦ ପ୍ରଧାନଙ୍କ ସହିତ ବୟସ ମାତ୍ର (18), ହେଲେ ଜୁଲାଇ ଚବିଶ ତାରିଖ ରେ ବିହାର ଲୋକଙ୍କ ଦ୍ୱlରା ଧାରୁଆ ଅସ୍ତ୍ରରେ ମରଣାତ୍ମକ ଆକ୍ରମଣର ଶୀକାର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ସ୍ଥାନୀୟ ଲୋକଙ୍କ ଜରିଆରେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ l

କିନ୍ତୁ ମୁଣ୍ଡରେ ଗଭୀର କ୍ଷତ ଫଳରେ ଡାକ୍ତର ଆନନ୍ଦ ଙ୍କ ଜୀବନ ବଞ୍ଚାଇବା କୁ ଚେଷ୍ଟା କରି ତାଙ୍କ ମୁଣ୍ଡର କିଛି ଅଂଶ ନଷ୍ଟ ହୋଇ ଯାଇଥିବାରୁ କାଢି ଦେଇଥିଲେ lଘର ଲୋକେ ଖବର ପାଇ ନିଜ ଗ୍ରାମକୁ ଆଣି ବଞ୍ଚିବାର ରାହା ଦେବାକୁ ସଦା ଚେଷ୍ଟା ଚଳାଇଥିବା ଦେଖିବାକୁ ମିଳିଛି l ବର୍ତମାନ ସମୟରେ ଆନନ୍ଦ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି l ଆନନ୍ଦ ହେଉଛନ୍ତି ତାଙ୍କ ବାପା ମା’ ଙ୍କ ଏକ ମାତ୍ର ପୁଅ ଭାବେ ସହା ଭରସା ହୋଇଥଲେ l ପ୍ରରିବାର ର ବୋଝ ମୁଣ୍ଡ ପରେ ଥିଲେ ବି ଆନନ୍ଦ ଙ୍କ ଏପରି ଅବସ୍ଥା ଦେଖି ପରିବାର ଲୋକଙ୍କ ଆଖିର ଲୁହ ଶୁଖୁନି l ପବିତ୍ରଙ୍କ ଦୁଃଖ ସଂସାର କୁ ପୋଷିବ କିଏ ଚଳିବେ କେମିତି ଏହି ଚିନ୍ତାରେ ଆନନ୍ଦ ଙ୍କ ବାପା ମା ଦୁଃଖରେ ଭାଙ୍ଗି ପଡଛନ୍ତି l