ଆସିକା 24/09- ଆସିକା ଉପକାରାଗାରର କାରାରକ୍ଷୀ ମାନେ ୧୨ ଦିନ କଳାବ୍ୟାଜ ପରିଧାନ କରି ଶାନ୍ତି ପୂର୍ଣ୍ଣ ଭାବରେ ଦାବୀ ପୂରଣ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସରକାର ଙ୍କ ପକ୍ଷରୁ କୌଣସି ପଦକ୍ଷେପ ନନେବା କାରଣରୁ ଆଜି ଠାରୁ ରାଜ୍ୟ ସଂଘ ର ନିଷ୍ପତି କ୍ରମେ ସମସ୍ତ କାରାରକ୍ଷୀ ଅନଶନ ରେ ବସିଲେ l ଓଡିଶା ଜେଲ କର୍ମଚାରୀ ସଂଘ ନିର୍ଦ୍ଦେଶ କ୍ରମେ ଆସିକା ଜେଲ କାରାରକ୍ଷୀର ସଭାପତି ରାଜେଶ ସାହୁ, ଉପ ସଭାପତି ସୁବାସ ଡାକୁଆ, ସମ୍ପାଦକ ସୁକାନ୍ତ ନାୟକ, କୋଷାଧକ୍ଷ ରମେଶ ନାୟକ ସମେତ ୯ ଜଣ କର୍ମଚାରୀ କଳାବ୍ୟଜ ପିନ୍ଧିବା ସହ ଅନଶନ ବସିଛନ୍ତି l ଏଥି ସହିତ ନିଜର କର୍ତ୍ତବ୍ୟ ରେ ଅବହେଳା ନକରି କାରାରକ୍ଷୀ ମାନେ ନିଜ ନିଜର କାର୍ଯ୍ୟ କରୁଛନ୍ତି l
ରାଜ୍ୟସରକାର ସେମାନଙ୍କ ୫ ଦଫା ଦାବୀ ଗୁଡିକ ହେଲା ମୁଖ୍ୟ କାରାରକ୍ଷୀ ମାନଙ୍କ ୨ ହଜାର ଟଙ୍କା ରୁ ୨୪ ଶହ ଟଙ୍କା କୁ ଗ୍ରେଡ଼ ପେ ବୃଦ୍ଧି,୧୯ ଶହ ଗ୍ରେଡ଼ ପେ ପାଉଥିବା କାରାରକ୍ଷୀ ଙ୍କୁ ଦୁଇ ହଜାର ବୃଦ୍ଧି,୨୦୧୨ ଅନୁସାରେ ପୁରୁଣା ପଦୋନ୍ନତି ନିୟମ ଲାଗୁ,, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ବାବଦକୁ ଆସୁଥିବା ଭତ୍ତା ଟଙ୍କା ୪୦୦ ରୁ ୧୪୦୦ କୁ ବୃଦ୍ଧି,୧୩ ମାସିଆ ଦରମା ବୃଦ୍ଧି କରିବା ନେଇ ଏହି ଅନଶନ ରେ ବସିଛନ୍ତି l ଆସିକା ଉପକାରାଗାର ର କାରାରକ୍ଷୀ ମଞ୍ଜୁବାଳା ସାହୁ, ତିଲତମା କଅଁର, ହରିହର ବେହେରା, ସିମାଞ୍ଚଳ ବେହେରା ପ୍ରମୁଖ ଅନଶନରେ ବସିଛନ୍ତି l