ବାଣପୁର,12/09: ଖୋର୍ଦ୍ଧା ଜିଲ୍ଲା ନାଚୁଣୀଥାନା ଅଧିନସ୍ତ ଗମ୍ଭାରୀମୁଣ୍ଡା ବିଟହାଉସ ନିକଟରେ ଦୁଇଟି ମୋଟର ସାଇକେଲ ମଧ୍ୟରେ ଧକ୍କା ହୋଇଥିଲା l ମିଳିଥିବା ସୂଚନା ଅନୁଯାଇ କୁଲେଇ ପଞ୍ଚାୟତ ହରିଚନ୍ଦନ ପୁର ଗ୍ରାମର ସନ୍ତୋଷ ବରାଳ ଙ୍କ ପୁତ୍ର ସ୍ନେହାଶିଷ ବରାଳ 17 ବର୍ଷ, ଅଭିମନ୍ୟୁ ବରାଳ ଙ୍କ ପୁତ୍ର ପବିତ୍ର ବରାଳ 28 ବର୍ଷ ଦୁହେଁ ଏକ ବାଇକ ଯୋଗେ ଗମ୍ଭାରୀମୁଣ୍ଡା ବଜାର ଅଭିମୁଖେ ଆସୁଥିବାବେଳେ ନାଚୁଣୀ ପଞ୍ଚାୟତ ବଡ଼ପଦର ଗ୍ରାମର ରାମ ଚନ୍ଦ୍ର ସ୍ୱାଇଁ ଙ୍କ ପୁତ୍ର ଚନ୍ଦନ ସ୍ୱାଇଁ 28 ବର୍ଷ ନିଜ ଗ୍ରାମକୁ ଫେରୁଥିବା ବେଳେ ସନ୍ଧ୍ୟା 7 ଘଂଟିକା ସମୟରେ ଉଭୟଙ୍କ ମଧ୍ୟରେ ସାମ୍ନାସାମ୍ନୀ ଧକ୍କା ହୋଇଥିଲା l
ତେବେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟ ରେ ଉଭୟଙ୍କୁ ଗମ୍ଭାରୀମୁଣ୍ଡା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ lଉଭୟଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଡାକ୍ତର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନIନ୍ତରିତ କରିଥିବାକୁ କହିଥିଲେ l ଉକ୍ତ ବଜାରରେ ଚୋରା ବିଦେଶୀ ମଦ ର ବହୁଳ ବ୍ୟବସାୟ ପୁଣି ପୋଲିସ ବିଟହାଉସ ର ମାତ୍ର 100 ମିଟର ଦୂରତାରେ ହେଉଥିବାରୁ ବାରମ୍ବାର ଏଠାରେ ଦୁର୍ଘଟଣା ଘଟୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି l