ଧରାକୋଟ ବ୍ଲକ ସ୍ତରୀୟ ଲୋକକଳା ପ୍ରଶିକ୍ଷଣ ଶିବିର

ଧରାକୋଟ,25/9: ଧରାକୋଟ ବ୍ଲକ ସଭଗୃହରେ ବ୍ଲକ ସ୍ତରୀୟ ଲୋକକଳା ଦଳଙ୍କର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସୁଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ କିପରି ହୋଇପାରିବ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଗଞ୍ଜାମ ର ନିର୍ଦ୍ଦେଶ କ୍ରମେ ଦୁଇ ଦିନିଆ ଶିବିର ଆୟୋଜନ ହୋଇଛି । ଏହି ଶିବିରକୁ ବି ଡି ଓ ଡେନିସ ବେହେରା ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିବା ବେଳେ ବ୍ଲକ କଳା ଓ ସଂସ୍କୃତି ସଙ୍ଘର ଉପସଭାପତି ସୁରେନ୍ଦ୍ର ନାଥ ଦାସ ଶର୍ମା ଉପସ୍ଥିତ ରହିଥିଲେ।

ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଚିନ ପାତ୍ର ଶିବିର ପରିଚାଳନା କରିଥିବା ବେଳେ ସି ଡି ପି ଓ ସୁନୀଲ ପ୍ରଭା ରଥ, ଏ ବି ଇ ଓ ଉମା ଚରଣ ପାଣିଗ୍ରାହୀ, ବି ପି ଏମ ପ୍ରତାପ ସ୍ୱାଇଁ ପ୍ରମୁଖ ନିଜ ନିଜ ବିଭାଗର ଲୋକାଭିମୁଖୀ ଯୋଜନା ସମ୍ପର୍କରେ କଳାକାର ମାନଙ୍କୁ ଅବଗତ କରାଇଥିଲେ। ସୁପରଭାଇଯର ଭାଗ୍ୟଲତା ମଣ୍ଡଳ ମା ଓ ଶିଶୁର ସୁରକ୍ଷା, ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା, ବାଲ୍ୟ ବିବାହ ରୋକିବା,ଟୀକାକରଣ,ମମତା ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। କଳାକାର ମାନଙ୍କ ତରଫରୁ କୃଷ୍ଣ ଚନ୍ଦ୍ର ବେହେରା ଓ ପାଣ୍ଡବ ବିଷୋୟୀ ଉପସ୍ଥାପନ ଶୈଳୀକୁ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଗୁଡ଼ିକୁ ଲୋକକଳା ଦଳ ମାଧ୍ୟମରେ ଲୋକଙ୍କୁ ସଚେତନତା କରିବା ପାଇଁ ଏହି ଶିବିର ଆୟୋଜନ କରାଯାଇଛି । ପ୍ରକଳ୍ପ ସହାୟକ ବାବୁ ବେହେରା ଏଥିରେ ସହଯୋଗ ପ୍ରଦାନ କରିଥିଲେ।