ନିଖୋଜ ବୃଦ୍ଧଙ୍କ ମୃତ ଦେହ ବାଘୁଆନଦୀ ପଠାରୁ ଉଦ୍ଧାର

ଆସିକା – ନିଖୋଜ ବୃଦ୍ଧଙ୍କ ମୃତ ଦେହ ସାତ ଦିନ ପରେ ବାଘୁଆ ନଦୀ ପଠାରୁ ଉଦ୍ଧାର lଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ.ବରିଡା ଗ୍ରାମର ୬୭ ବର୍ଷୀୟ ବୁଦ୍ଧ ରାମ ସାହୁ ଗତ ସେପ୍ଟେମ୍ବର ୫ ତାରିଖ ଦିନ ସକାଳ ୯ ଟା ସମୟରେ ତେନ୍ତୁଳିଆ ନିକଟସ୍ଥ ଅର୍ଜୁନ ମୁଣ୍ଡଳି ପଦରକୁ ଜହ୍ନି ତୋଳିବାକୁ ଯାଇ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ l ପରିବାର ପକ୍ଷରୁ ପିତା ରାମ ସାହୁଙ୍କୁ ବହୁ ସମୟ ଧରି ଖୋଜା ଖୋଜି କଲା ପରେ କୌଣସି ଖୋଜ ଖବର ମିଳି ନଥିଲା l ଶେଷରେ ପରିବାର ପକ୍ଷରୁ ଏନେଇ କବିସୂ୍ଯ୍ୟନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଆଧାର କରି ଅଗ୍ନିଶ୍ରମ୍ ବିଭାଗ ଓ ପୋଲିସ ପକ୍ଷରୁ ବାଘୁଆ ନଦୀରେ ବହୁ ଖୋଜା ଖୋଜି କଲା ପରେ ମଧ୍ୟ ବୁଦ୍ଧଙ୍କ କୌଣସି ସନ୍ଧାନ ମିଳି ନଥିଲା l

ଆଜି ହୁମୁକି ନିକଟସ୍ଥ ବଘୁଆ ନଦୀ କୂଳରେ ଶବଟି ଲାଗିଥିବାର କିଛି ଲୋକ ଦେଖିବା ପରେ ସ୍ଥାନୀୟ କୋଟିନଡ଼ା ଥାନା ପୋଲସିକୁ ଖବର ଦେଇଥିଲେ l ତେବେ ଖବର ପାଇ କୋଟିନଡ଼ା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରିଥିଲେ l ପରିବାର ପକ୍ଷରୁ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଶବ ଚି଼ହ୍ନଟ ହେବାପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ପଠାଯାଇଛି l ଏନେଇ କୋଟିନଡ଼ା ଥାନା ପକ୍ଷରୁ ୬/୨୩ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀ କୃଷ୍ଣ ଚନ୍ଦ୍ର ସାହା ସୂଚନା ପ୍ରଦାନ କରିଛନ୍ତି l