ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ହଜାର ଯୁବପିଢିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଏହି ଯୁବପିଢିଙ୍କୁ ସରକାରୀ ଚାକିରି ଅଲଗା ଅଲଗା ବିଭାଗରେ ମିଳିଛି । ନୂଆଦିଲ୍ଲୀର ରାୟସିନା ରୋଡ ସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ମୋଦି ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତ ପାଇବା ପାଇଁ ଯୁବପିଢିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ।

ଏହି ନିଯୁକ୍ତି ମେଳା ଦେଶର ୪୬ ଟି ସ୍ଥାନରେ ଆୟୋଜିତ ହୋଇଥିଲା। ରୋଜଗାର ମେଳାରେ ଅଂଶଗ୍ରହଣ କରୁଥିବା ଯୁବକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଆଜି ସରକାରୀ ସେବା ପାଇଁ ନିଯୁକ୍ତି ପତ୍ର ଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ଅଭିନନ୍ଦନ। ଆପଣ ସମସ୍ତେ କଠିନ ପରିଶ୍ରମ ପରେ ଏହି ସଫଳତା ହାସଲ କରିଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ ହେବାକୁ ପଡ଼ିବ। ଏହା ବ୍ୟତୀତ ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ‘

ରୋଜଗାର ମେଳାର ନିଯୁକ୍ତି ପତ୍ର ବଣ୍ଟାଯାଇଥିବା ୫୧ ହଜାର ଯୁବପିଢିଙ୍କୁ ଡାକ ବିଭାଗ, ଆକାଉଣ୍ଟସ ବିଭାଗ, ପରଣାମୁ ଉର୍ଜା ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ରକ୍ଷା ମନ୍ତ୍ରଣାଳୟରେ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ମୋଦି ଜୁଲାଇ ମାସରେ ୭୦ ହଜାର ଯୁବପିଢିଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଥିଲେ ।