ନୂଆଗାଁ ଥାନା ଅଧିକାରୀ ନାରାୟଣ ଲେଙ୍କାଙ୍କ ତତ୍ତ୍ଵାବଧାନରେ ସଚେତନତା କାର୍ଯ୍ୟକ୍ରମ

ନୂଆଗାଁ: :ନୟାଗଡ ଜିଲ୍ଲା ନୂଆଗାଁ ଥାନା ତରଫରୁ ନୂଆଗାଁ ବ୍ଲକ୍ ସଦରମହକୁମାରେ ଫ୍ଲାଗମାର୍ଚ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ଥାଉକି ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ପାର୍ବଣ ପର୍ବ ହେବାକୁ ଯାଉଥିବା ଦୃଷ୍ଟିରେ ରଖି ନୂଆଗାଁ ଥାନା ଅଧିକାରୀ ନାରାୟଣ ଲେଙ୍କାଙ୍କ ତତ୍ତ୍ଵାବଧାନରେ ଏସଆଇ ପୁରୁଷୋତ୍ତମ ପ୍ରଧାନ, ତାନସେନ ବେହେରା , ଏଏସଆଇ ଜଗନ୍ନାଥ ଜେନା, ମନୋରଞ୍ଜନ ଦେହୁରୀ ସମେତ ସମସ୍ତ କର୍ମଚାରୀ ନୂଆଗାଁ ସଦରମହକୁମାରେ ଥିବା ମହିତମା , କୋରଡ଼ା , ନୂଆଗାଁ ବ୍ଲକ, କଲେଜ ଆଦି ବିଭିନ୍ନ ଛକରେ ବୁଲି ଆଗାମୀ ପାର୍ବଣ ପର୍ବରେ ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ଲୋକମାନଙ୍କ ସହିତ ଆଲୋଚନା କରିବା ସହ ସଚେତନ କରାଇଥିଲେ।