ନୂତନ ସୁପରଭାଇଯରଙ୍କ କାର୍ଯ୍ୟରେ ଯୋଗଦାନ

ଧରାକୋଟ,25/09; ଧରାକୋଟ ତହସିଲ କାର୍ଯ୍ୟାଳୟ ରେ ନୂତନ ସୁପରଭାଇଯର ଭାବରେ ସୁଜ୍ଞାନି କୁମାରୀ ବେହେରା କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଗଞ୍ଜାମ ତହସିଲରେ କାର୍ଯ୍ୟରତ ଥିଲେ। ପଦୋର୍ନତି ପାଇବା ପରେ ସେ ଧରାକୋଟ ତହସିଲ ରେ ଯୋଗଦେଇଥିବା ବେଳେ ତାଙ୍କୁ ତହସିଲ କାର୍ଯ୍ୟାଳୟ ତରଫରୁ ସ୍ବାଗତ କରାଯାଇଥିଲା ।ଏଠାରେ କାର୍ଯ୍ୟରତ ସୁପରଭାଇଯର ଶ୍ରୀକାନ୍ତ ମହାରଣାଙ୍କୁ ନୟାଗଡ଼ ଜିଲ୍ଲା ବନ୍ଦୋବସ୍ତ କାର୍ଯ୍ୟଳୟକୁ ବଦଳି ହୋଇଛି ।

ଏହି ଅବସରରେ ନୂତନ ସୁପରଭାଇଯର ଧରାକୋଟ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ରେ ରାଜସ୍ବ ସମ୍ବନ୍ଧୀୟ ସମସ୍ତ ରେକର୍ଡ ତନଖିବା କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ରାଜସ୍ବ ନିରୀକ୍ଷକ ଯଜ୍ଞ ନାରାୟଣ ନାୟକ,ଅତିରିକ୍ତ ରାଜସ୍ବ ନିରୀକ୍ଷକ ରାକେଶ କୁମାର ବଳ ଓ ଦେବୀ ପ୍ରସାଦ ନାହାକ ସମ୍ପୂର୍ଣ ସହଯୋଗ କରିଥିଲେ । ଏହି ଅବସରରେ ନିଜ ପ୍ରତିକ୍ରିୟା ରେ ରାଜସ୍ବ ସେବାକୁ ତ୍ବରାନ୍ବିତ କରି ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବି ବୋଲି ପ୍ରକାଶ କରିଥିଲେ।