ପଞ୍ଚୁପଲ୍ଲୀ ସୋମନାଥ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିଲିକା,10/09:ସାମ୍ୱାଦିକ ଦୀପାକ କୁମାର ଦାଶଙ୍କ ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଛୋଟ ପ୍ରୟାସ l ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା ଗ୍ରାମ ପଞ୍ଚାୟତର ପଞ୍ଚୁପଲ୍ଲୀ ସୋମନାଥ ଉଚ୍ଚବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ୍ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି l ଏଥିରେ ଚିତ୍ରାଙ୍କନ, ଓଡ଼ିଆ ଭାଷାଜ୍ଞାନ, ହସ୍ତlକ୍ଷର ପ୍ରତିଯୋଗିତାରେ ଦୁଇଶହ ସତୁରି ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଓଡ଼ିଆ ହସ୍ତାକ୍ଷର, ନବମ ଓ ଦଶମ ଶ୍ରେଣୀ ଛାତ୍ରଛତ୍ରୀ ମାନେ ଓଡ଼ିଆ ଭାଷା ଜ୍ଞାନ ପ୍ରତିଯୋଗୀତା ରେ ଭାଗ ନେଇଥିଲେ l ତେବେ ଚିତ୍ରାଙ୍କନ ପ୍ରତିଯୋଗୀତା ରେ ଓମ୍ ସାଇ ବାରିକ ତୃତୀୟ ସ୍ଥାନ, ଦ୍ୱିତୀୟ ସ୍ଥାନ ରେ ଧିରେନ ମହାରଣା, ପ୍ରଥମ ସ୍ଥାନ ରେ ସାଇ ସ୍ୱରୂପ ପ୍ରଧାନ, ହାସଲ କରିଥିବା ବେଳେ ହସ୍ତାକ୍ଷର ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଲିଭା ଚମ୍ପତି, ଦ୍ୱିତୀୟ ସ୍ଥାନ ରେ ସାଇରମ ବରାଳଓ ତୃତୀୟ ସ୍ଥାନରେ ଲୁସି ବରାଳ l

ତେବେ ସେହିପରି ଭାଷାଜ୍ଞାନ ତଥା ପ୍ରବନ୍ଧ ଲିଖନରେ ପ୍ରଥମ ସ୍ଥାନ ରେ କାଜଲ ସାମନ୍ତ ସିଂହlର, ଦ୍ୱିତୀୟ ସ୍ଥାନ ରେ ଶୁଭଶ୍ରୀ ପ୍ରତିହାରୀ ଓ ତୃତୀୟ ସ୍ଥାନ ରେ ପ୍ରଭୁପାଦ ପାଇକରାୟ ହାସଲ କାରିଥିଲେ l କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସତନ୍ତ୍ର ପ୍ରମାଣ ପତ୍ର ସହିତ ଉପହାର ପ୍ରଦାନ କରା ଯାଇଥିଲା l ଯୁବ ସାମ୍ବାଦିକ ଦୀପକ କୁମାର ଦାଶ ଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଛାତ୍ରଛାତ୍ରୀ ବେଶ୍ ଖୁସି ଅନୁଭବ କରିଥିଲେ l ଭବିଷ୍ୟତରେ ପିଲାମାନଙ୍କ ଦକ୍ଷତା ବୃଦ୍ଧି ପାଇବା ସହିତ ସେମାନଙ୍କ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା lତେବେ ସାମ୍ବାଦିକଙ୍କୁ ଅଞ୍ଚଳବାସୀ ପ୍ରଶଂସନୀୟ କାର୍ଯ୍ୟକ୍ରମ ବୋଲି ଧନ୍ୟବାଦ ମଧ୍ୟ ଦେଇଥିଲେ l