ପହଞ୍ଚିପାରିଲା ନାହିଁ ଆମ୍ବୁଲାନ୍ସ ,ଟ୍ରଲିରେ ପ୍ରସବ କଲେ ମହିଳା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ,ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ । ଏହି ଅଞ୍ଚଳର ଡାହିସାହି ଗାଁର ହେମନ୍ତ କୁଅଁରଙ୍କ ସ୍ତ୍ରୀ ଦଶ ମାସର ଗର୍ଭବତୀ ଥିଲେ ।
ଯେତେବେଳେ ରାତ୍ର ପ୍ରାୟେ ୮ଟା ସମୟରେ ତାଙ୍କୁ ପ୍ରସବ ଯନ୍ତ୍ରଣା ଜୋରସେ ହୋଇଥିଲା , ଘରଲୋକେ ଜନନୀ ଏକ୍ସପ୍ରେସ ଓ ୧୦୮ ଆମ୍ବୁଲାନସକୁ ଯୋଗାଯୋଗ କରିଥିଲେ । କିନ୍ତୁ ସେମାନେ ଠିକ ସମୟରେ ଆସିନଥିଲେ । ଫଳରେ ,ପରିବାରଲୋକେ ଗର୍ଭବତୀଙ୍କୁ ଏକ ଟ୍ରଲି ମାଧ୍ୟମରେ ମେଡିକାଲ ଆଣୁଥିଲେ। ଆଣିବା ବାଟରେ ହିଁ ଗର୍ଭବତୀ ମହିଳା ଜଣଙ୍କ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ପରେ ମାଆ ଓ ଶିଶୁକୁ ନୀଳଗିରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏଠାରେ ଏହା ପ୍ରଶ୍ନ ଉଠୁଛି କି ? ଏତେ ସବୁ ପରେ ମଧ୍ୟ କେବେ ଚେତିବ ପ୍ରଶାସନ । ଆଉ କେତେ ଦିନ ହନ୍ତସନ୍ତ ହେବେ ଗର୍ଭବତୀ ମହିଳା ମାନେ । କଣ ପାଇଁ ଠିକ ସମୟରେ ଆସିପାରୁନାହିଁ ଆମ୍ବୁଲାନ୍ସ । କେତେବେଳେ ରାସ୍ତାର ଅସୁବିଧା ତ କେତେବେଳେ ଗାଡ଼ି ଖରାପ । କେବେ ଯିବ ଏ ସମସ୍ୟା ଖାଲି ଦେଖିବାକୁ ବାକି ରହିଲା ।