ଜଗନ୍ନାଥପ୍ରସାଦ ଥାନା ଗୋଛାବାଡି ଗାଁରେ ଗତ ଆଠ ମାସହେଲା ଜଳଯୋଗାଣ ଉଧ୍ୟେଶମୂଳକ ଭାବେ ବନ୍ଦ କରିଥିବା ଅଭିଯୋଗ ଆଣି ଆଜି ମହିଳା ମାନେ ଗାଁ ଛକ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ହାଣ୍ଡିମାଠିଆ ରାସ୍ତାରେ ରଖି ପାଣି ପାଇଁ ପ୍ରତିବାଦ ଜଣାଇଛନ୍ତି । ସକାଳୁ ସକାଳୁ ମହିଳାଙ୍କ ଏହି ପ୍ରତିବାଦ ପାଇଁ ଭୁବନେଶ୍ୱର- ଭଞ୍ଜନଗର ମୁଖ୍ୟ ରାସ୍ତା ରେ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି ରାସ୍ତାର ଦୁଇ ପାର୍ଶ୍ଵରେ ଯାତ୍ରୀବାହୀ ବସ ଗୁଡିକ ଅପେକ୍ଷା କରି ରହିଛନ୍ତି । ଗୋଛାବାଡି ଗାଁ ରେବପୂର୍ବରୁ ଜଳଯୋଗାଣ ଵ୍ୟଵସ୍ଥା ରହିଥିଲା କିନ୍ତୁ ଗତ ଜାନୁଆରୀ ମାସରେ ପ୍ରତି ଘରକୁ ପାଣି ଯୋଗାଇବା ପାଇଁ ଵ୍ୟଵସ୍ଥା କରାଗଲା । ଠିକାଦାର କାମ ସାରିଦେଲାଣି କିନ୍ତୁ ଜଳ ଯୋଗାଣ ଵ୍ୟଵସ୍ଥା କୁ କାର୍ଯ୍ୟକ୍ଷମ କରାଯାଉନାହିଁ ।
ଏ ସମ୍ପର୍କରେ ବ୍ଲକ ଓ ଜିଲାପାଳଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା ତଥାପି କେହି କର୍ଣ୍ଣପାତ କରୁନଥିବା ବେଳେ ଗ୍ରାମବାସୀ ପୋଖରୀ ପାଣି କୁ ବ୍ୟବହାର କରିଆସୁଥିଲେ । ପ୍ରଶାସନ ଦେଇଥିବା ମହଲତ ମଧ୍ୟରେ ଜଳଯୋଗାଣ ହୋଇନଥିବାରୁ ଆଜି ତାତିଲେ ମହିଳା ଓ ହାଣ୍ଡିମାଠିଆ ଧରି ଏଭଳି ରାସ୍ତାରୋକ କରିଥିବା ଜଣାଇଛନ୍ତି ।ଦୀର୍ଘ ସମୟ ରାସ୍ତା ଅବରୋଧ ହେବାରୁ ସ୍ଥାନୀୟ ଉପଖଣ୍ଡ ଅଧିକାରୀ ବିଶ୍ଵାମିତ୍ର ହରପାଲ ଘଟଣା ସ୍ଥଳରେ ପହଂଚିଥିଲେ l ଉଭୟ ଜଳନ୍ଧର ନାୟକ ଏବଂ ସ୍ଥାନୀୟ ପ୍ରଶାସନଙ୍କ ମିଳିତ ଉଦ୍ୟୋଗ ଓ 7ଦିନ ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରାଯିବା ପ୍ରତିସୃତି ଓ ଏହାକୁ ଯେକୌଣସି ବ୍ୟକ୍ତି ବିରୋଧ କରିବ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରତିସୃତି ପରେ ଦୀର୍ଘ 11.30ମିନିଟ ସମୟରେ ମହିଳା ଓ ଗ୍ରାମବାସୀ ରାଜରାସ୍ତାରୁ ହଟିଥିଲେ ଏବଂ ଯାନବାହାନ ଚଳାଚଳ ସୀମିତ ହୋଇଥିଲା l
ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ପଣ୍ଡା, ଅତିରିକ୍ତ ତହସିଲଦାର ବାରିଆଲ ମୁର୍ମୁ, ଯନ୍ତ୍ରୀ ସଞ୍ଜୟ ପ୍ରଧାନ, ଏସଆଇ ପ୍ରଭାତ କୁମାର ସୁବୁଦ୍ଧି ପହଁଞ୍ଚି ଲୋକଙ୍କ ଠାରୁ ଅଭିଯୋଗ ପରଖି ସମସ୍ୟା ସମାଧାନ କରାଯିବା କହିବା ପରେ କିଛି ସମୟ ପାଇଁ ଗ୍ରାମବାସୀ ଶାନ୍ତ ହୋଇଥିଲେ l ଦୀର୍ଘ ସମୟ ରାସ୍ତା ଅବରୋଧ ହେବାରୁ ସ୍ଥାନୀୟ ଉପଖଣ୍ଡ ଅଧିକାରୀ ବିଶ୍ଵାମିତ୍ର ହରପାଲ ଘଟଣା ସ୍ଥଳରେ ପହଂଚିଥିଲେ l ଉଭୟ ଜଳନ୍ଧର ନାୟକ ଏବଂ ସ୍ଥାନୀୟ ପ୍ରଶାସନଙ୍କ ମିଳିତ ଉଦ୍ୟୋଗ ଓ 7ଦିନ ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରାଯିବା ପ୍ରତିସୃତି ଓ ଏହାକୁ ଯେକୌଣସି ବ୍ୟକ୍ତି ବିରୋଧ କରିବ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରତିସୃତି ପରେ ଦୀର୍ଘ 11.30ମିନିଟ ସମୟରେ ମହିଳା ଓ ଗ୍ରାମବାସୀ ରାଜରାସ୍ତାରୁ ହଟିଥିଲେ ଏବଂ ଯାନବାହାନ ଚଳାଚଳ ସୀମିତ ହୋଇଥିଲା l