ପୁଅ ଜନ୍ମ ନହେବାରୁ ସ୍ତ୍ରୀ ଓ ୩ ଝିଅକୁ କୀଟନାଶକ ପିଆଇଲା ସ୍ୱାମୀ

ଏକବିଂଶ ଶତାବ୍ଦୀରେ ବି ଯାଇନି କୁପ୍ରଥା। ବର୍ତ୍ତମାନ ଝିଅମାନେ ଉନ୍ନତି କରିଲେଣି କିନ୍ତୁ ଆଜିଯାଏ ଲୋକଙ୍କ ମନରୁ ପୁଅର ଆଶା ଯାଉନି । ପୁଅ ପାଇଁ  ସ୍ତ୍ରୀ ଓ ଝିଅକୁ ହତ୍ୟା ଉଦ୍ୟମ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗରେ । ପୁଅ ନହେବାରୁ ସ୍ତ୍ରୀ କୁ ଦାୟୀ କରି ହତ୍ୟା  ଉଦ୍ୟମ କଲା ସ୍ୱାମୀ ଖାଲି ସ୍ତ୍ରୀ ନୁହେଁ ୩ ଝିଅଙ୍କୁ ମଧ୍ୟ ମାରିବାକୁ ଚେଷ୍ଟା କରିଥିଲେ ଉକ୍ତ ବ୍ୟକ୍ତି । କୀଟନାଶକ  ଔଷଧ ପିଆଇ ସ୍ତ୍ରୀ ଓ ଝିଅକୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବାରୁ ସାଙ୍ଘାତିକ  ଅଭିଯୋଗ ହୋଇଛି ପଶ୍ଚିମବଙ୍ଗର ମଲଦ ଜିଲ୍ଲାରୁ ।

ସୂଚନା ଅନୁଯାୟୀ ୧୨ ବର୍ଷତଳେ ଉକ୍ତ ଅଭିଯୁକ୍ତ ପ୍ରେମ ବିବାହ କରିଥିଲେ । ତାଙ୍କର ପୁଅ ବଦଳରେ ଝିଅ ଜନ୍ମ ହେବାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଫଟା ସୃଷ୍ଟି ହୋଇଥିଲା । ପୁଅ ଜନ୍ମ ନହେବ ନେଇ ସ୍ୱାମୀ ଓ ପରିବାର ମହିଳା ଜଣଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା । ପୀଡିତା ବାପାଙ୍କ ଅଭିଯୋଗ ଅନୁଯାୟୀ ମହିଳାଙ୍କ ୩ ଝିଅ ଜନ୍ମ ହେବା ପରେ ତାଙ୍କ ଉପରେ ସ୍ୱାମୀ ଓ ପରିବାରଙ୍କ ନିର୍ଯାତନା ବଢିଯାଇଥିଲା । ସୋମବାର ରାତିରେ ତାଙ୍କ ଝିଅ ଓ ୩ ନାତୁଣୀଙ୍କ ବିଷଦେଇ ମାରିବାକୁ ଚେଷ୍ଟା କରିଥିଲେ ତାଙ୍କ ଜ୍ୱାଇଁ ।ତେବେ ଚତୁରତାର ସହ ତାଙ୍କ ୨ ଝିଅ କୌଣସି କ୍ରମେ ଖସିଯାଇ ପଡୋଶୀଙ୍କୁ ଖବର ଦେଇଥିଲେ । ଏହି ଖବର ପାଇଁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଝିଅ ଓ ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ପୀଡିତା ମହିଳା ଏବେ ବି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଝିଅ ର ସ୍ୱାସ୍ଥ୍ୟ ଅବସ୍ଥା ଠିକ ହୋଇଗଲେ ସେ ଥାନାର ଦ୍ୱାରସ୍ଥ ହେବେ । ଏହି ଖବର ପାଇଁ ପୋଲିସ ଅଭିଯୋଗକୁ ଅପେକ୍ଷା କରିବା ସହ ତାର ତଦନ୍ତ ଜାରିରଖିଛି ।