ପୁଣି ବଢିଲା ବାୟଜୁସ୍ କର୍ମଚାରୀଙ୍କ ଚିନ୍ତା, ହୋଇପାରେ ଏତିକି ପ୍ରତିଶତ କର୍ମଚାରୀଙ୍କ ଛଟେଇ!

ଦେଶର ସବୁଠାରୁ ବଡ ଏଡଟେକ୍ ଫାର୍ମ ବାୟଜୁ ପୁଣିଥରେ କର୍ମଚାରୀ ଛଟେଇ କରିବାକୁ ଯୋଜନା କରିଛି । କମ୍ପାନୀର ଇଣ୍ଡିଆ ମୁଖ୍ୟ ଅର୍ଜୁନ ମୋହନ ରିଷ୍ଟ୍ରକଚରିଂ କରିବା ଉପରେ ନଜର ରଖି ଖର୍ଚ୍ଚ କାଟ୍ କରିବାକୁ ଯୋଜନା କରିଛନ୍ତି । ଏକ ରିପୋର୍ଟ ମୁତାବକ ଖର୍ଚ୍ଚ କାଟ୍ କ୍ରମରେ କମ୍ପାନୀ ୪୦୦୦ କର୍ମଚାରୀ ଛଟେଇ କରିବାକୁ ଚିନ୍ତା କରୁଛି । ଗତ ସପ୍ତାହରେ ଅର୍ଜୁନ ମୋହନଙ୍କ ବାୟଜୁ ତରଫରୁ ଇଣ୍ଡିଆର ମୁଖ୍ୟ ଭାବେ ଚୟନ କରାଯାଇଥିଲା । ଏବେ ଅର୍ଜୁନ ମହୋନ କମ୍ପାନୀର ମ୍ୟାନେଜମେଣ୍ଟକୁ ତାଙ୍କର ଏହି ପ୍ଲାନ ବାବଦରେ ଜଣାଇଦେଇଛନ୍ତି ।

ଏକ ଜାତୀୟ ଗଣମାଧ୍ୟମର ଖବର ମୁତାବକ ଫଣ୍ଡିଂ ସଂକଟର ସାମ୍ନା କରୁଥିବା ବାୟଜୁ କମ୍ପାନୀ ପରିଚାଳନା ଷ୍ଟ୍ରକଚରର ସରଳ କରିବାକୁ ଖର୍ଚ୍ଚ କାଟ ପାଇଁ ଯୋଜନା କରିଛି । ବ୍ୟବସାୟକୁ ରିଷ୍ଟ୍ରକଚର କରିବା କ୍ରମରେ ଆଗାମୀ କିଛି ସପ୍ତାହ ମଧ୍ୟରେ କମ୍ପାନୀ ତା’ର ମୋଟ କର୍ମଚାରୀରୁ ୧୧ ପ୍ରତିଶତ ଛଟେଇ କରିପାରେ । ଏହି ଛଟେଇ କର୍ମଚାରୀଙ୍କ ସଂଖ୍ୟା ପାଖାପାଖି ୪ ହଜାର ହୋଇପାରେ । ବେଙ୍ଗାଲୁରୁ ସ୍ଥିତ ବାୟଜୁ କମ୍ପାନୀ ମୋଟ କର୍ମଚାରୀଙ୍କ ସଂଖ୍ୟା ୩୫ ହଜାର । ସେମାନଙ୍କ ମଧ୍ୟରୁ ଏହା ପୂର୍ବରୁ ୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।