ପୂଜକଙ୍କୁ ସଂଘବଦ୍ଧ ଆକ୍ରମଣ କରି ଖସି ପଳାଇଲେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି , ପୁରୀ ଜିଲ୍ଲା ମାର୍କଣ୍ଡେଶ୍ୱର ସାହି ସ୍ଥିତ ରେବେସା ମଠରେ । ଏହି ରେବେସା ମଠରେ ଜଣେ ପୂଜକ ଦୀର୍ଘ ୩୦ ବର୍ଷ ହେବ ପୂଜା କରିଆସୁଥିଲେ ।
ପୂଜକ ଜଣକ ପୂଜାକରି ରୋଜଗାର କରୁଥିବା ଅର୍ଥରେ ନିଜର ପେଟ ପାଟଣା କରିବା ସହ ପୁରା ପରିବାରକୁ ପୋଷୁଥିଲେ । ହେଲେ ଗତ ୨ ବର୍ଷ ତଳେ ଏହି ମଠକୁ ଜଣେ ବାବା ଆସିଥିଲେ ଓ ପୂଜାରୀ ଜଣଙ୍କୁ ମଠରୁ ଚାଲିଯିବାକୁ କହିଥିଲେ । କିନ୍ତୁ ପୂଜାରୀ ଜଣଙ୍କ ତାଙ୍କ କଥା ଶୁଣିନଥିଲେ । ଫଳରେ , ବାବାଜୀ ଜଣଙ୍କ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆହତ ପୂଜାରୀ ଜଣକ ଏବେ ନିକଟସ୍ଥ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିସ୍ତିତ ହେଉଛନ୍ତି । ଆହତ ପୂଜକଙ୍କ ନାଁ ହେଉଛି ଲକ୍ଷ୍ମୀଧର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି ।