ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା 

ବ୍ରହ୍ମପୁର, ୧୧/୯ (ଅଭିଜିତ କର): ଆସିକା ରୋଡ ତାଲୁକା ଠାରେ ହିନ୍ଦ ମଜଦୁର ସଭା ଜିଲ୍ଲା ଉପ ସଭାପତି ତଥା ମସିହାଖାଲି ପୂର୍ବତନ ସରପଞ୍ଚ ନରସିଂହ ସାହୁଙ୍କ ସଭାପତିତ୍ୱରେ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଆୟୋଜନ ହୋଇଥିଲା । ଏଥିରେ ବ୍ରହ୍ମପୁର ମହାନଗରର ପୂର୍ବତନ ଉପ ନଗରପାଳ ନିରଞ୍ଜନ ଜେନା ଯୋଗଦେଇ ସ୍ବର୍ଗତ ଶ୍ରୀ ପାତ୍ରଙ୍କ ଛାତ୍ର ଜୀବନ ଠାରୁ ରାଜନୀତି ଆରମ୍ଭ କରି ବ୍ରହ୍ମପୁର ସହରରୁ କାଉନସିଲର ଭାବେ ନିର୍ବାଚିତ ହୋଇ ମୋହନା, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବହୁବାର ମନ୍ତ୍ରୀ ଓ ବାଚସ୍ପତି ଭଳି ମର୍ଯ୍ୟାଦା ସମ୍ପନ୍ନ ପଦ ଅଳଙ୍କୃତ କରି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ତାଙ୍କ ଭଳି ବିଚକ୍ଷଣ ରାଜନେତା ଆଜିର ଦିନରେ ବିରଳ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ହିନ୍ଦ ମଜଦୁର ସଭାର ଜିଲ୍ଲା ସଂଯଜକ ସତ୍ୟ ନାରାୟଣ ତ୍ରିପାଠୀ, ପ୍ରଫୁଲ୍ଲ ଜେନା, ସୁଶାନ୍ତ କର, ଏମ କାଶୀନାଥ, କୋମଳ ପାତ୍ର, ଶଙ୍କର ଗୌଡ଼, ରାଜେନ୍ଦ୍ର ଦାସ, ବିଟୁ ଦଳେଇ, ଶେଷଦେବ ପାଳ, ଅରୁଣ ନାହାକ ପ୍ରମୁଖ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତୀ ନିମନ୍ତେ ପ୍ରାର୍ଥନା କରିଥିଲେ ।