ପୂର୍ବତନ ମହିଳା ସରପଞ୍ଚ ଓ ସ୍ବାମୀଙ୍କୁ ହତ୍ୟା ଘଟଣାରେ ୭ ଅଟକ

କେନ୍ଦୁଝର ବାଲିପାଳ ପଞ୍ଚାୟତରେ ଡବଲ ମର୍ଡର ଘଟଣାରେ ୭ ଅଟକ। କାହିଁକି ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ବାମୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ? ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ ବିବାଦରୁ ହତ୍ୟା? ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ୭ଜଣଙ୍କୁ ଅଟକ ରଖି ପୋଲିସ ଜୋରଦାର ତଦନ୍ତ ଚଳାଇଛି। ଘଟଣାସ୍ଥଳରେ କେନ୍ଦୁଝର ଏସପିଙ୍କ ସମେତ ପୋଲିସ ଟିମ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି। ନିରଞ୍ଜନଙ୍କୁ ହତ୍ୟା କରି ଦୁର୍ବୁତ୍ତ ମାନେ ତାଙ୍କ ମୋବାଇଲ ଫୋନ ନେଇଯାଇଛନ୍ତି।

ଗତକାଲି ଗାଁଲୋକେ ଘରକୁ ଯାଇ କବାଟ ବାଡେଇ ଥିଲେ ମଧ୍ୟ କେହି ଶୁଣିନଥିଲେ। ଏହାପରେ ବାଡିରେ ରକ୍ତ ଛିଟା ପଡିଥିବା ଦେଖିବାକୁ ପାଇଥିଲେ। ଉଭୟ ଦମ୍ପତିଙ୍କୁ ମାରଣାସ୍ତ୍ରରେ ବୀଭତ୍ସ ହତ୍ୟା କରିବା ପରେ ହତ୍ୟାକାରୀ ମାନେ ଜଙ୍ଗଲ ରାସ୍ତା ଦେଇ ମୟୂରଭଞ୍ଜ ଜିଲ୍ଲାକୁ ପଳାଇ ଯାଇଥିବା ପାରିପାର୍ଶ୍ଵିକ ସ୍ଥିତିରୁ ଅନୁମାନ କରାଯାଉଛି। ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ନେଇ ପୋଲିସ ହତ୍ୟାକାଣ୍ଡ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରିନାହିଁ। ତେବେ କିଏ ଓ କାହିଁକି ଦୁଇ ଜଣଙ୍କୁ ହତ୍ୟା କଲା ସେନେଇ କାରଣ ଅସ୍ପଷ୍ଟ ରହିଛି।