ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା

ସାମାନ୍ୟ ବଚସାରୁ କେନ୍ଦ୍ରାପଡାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ନିକିରାଇ ଥାନା ଧୂମାତଶାସନ କେନାଲ ବନ୍ଧରେ ଯୁବକଙ୍କୁ ଛୁରାମାଡ ହୋଇଛି । ସାଙ୍ଗ ହୋଇ ନିଶା ସେବନ କରୁଥିବା ବେଳେ ହୋଇଥିଲା ବଚସା । ଯାହାଫଳରେ ବଚସା ଉଗ୍ରରୂପ ନେଲା । ମୃତ ଯୁବକଙ୍କ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରୁଜୁ ସୂଚନା ।