ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଉତ୍ତରପ୍ରଦେଶରେ ଘଟିଥାନ୍ତା ଭୟଙ୍କର ଟ୍ରେନ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କର ଜୀବନ । ଟ୍ରେନ ଦୁର୍ଘଟଣାର ସଂଖ୍ୟା ଏତେ ବଢ଼ିବାରେ ଲାଗିଛି ଯେ, ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବା ପାଇଁ ଭୟ କରୁଛନ୍ତି । ସୂଚନା ଅନୁସାରେ, ଉତ୍ତରପ୍ରଦେଶ ମଥୁରାରେ ଆସୁଥିବା ଦୁର୍ଘଟଣା ଟଳିଯାଇଛି । ଇଏମୟୁ ଟ୍ରେନ ଶକୁରବସ୍ତିରୁ ଯାତ୍ରା ଆରମ୍ଭ କରି ମଥୁରା ଜଙ୍କସନରେ ଗୋଟେ ଭୟଙ୍କର ଦୁର୍ଘଟଣାର ସାମ୍ନା କରିଥିଲା । ହଠାତ ଟ୍ରେନଟି ଟ୍ରାକରୁ ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବା ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଉଛି । ଟ୍ରେନଟି କିପରି ଟ୍ରାକରୁ ବାହାରି ପ୍ଲାଟଫର୍ମରେ ଉପରକୁ ଚଢ଼ିଗଲା । ସମସ୍ତଙ୍କ ମନରେ ଏ ଗୋଟିଏ ପ୍ରଶ୍ନ  । 

ମଙ୍ଗଳବାର ରାତିରେ ଟ୍ରେନରେ ମଥୁରା ଜଙ୍କସନରେ ପହଞ୍ଚିଥିଲା । ଆଉ ଟ୍ରେନରେ ଥିବା ସମସ୍ତ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ମଧ୍ୟ ପଡ଼ିଥିଲେ । ଟ୍ରେନଟି ଯେତେବେଳେ ପ୍ଲାଟଫର୍ମ ଉପରକୁ ଚଢ଼ିଗଲା ସେତେବେଳେ କୌଣସି ଯାତ୍ରୀ ଟ୍ରେନ ଭିତରେ ନ ଥିଲେ । ସେଥିପାଇଁ ଟ୍ରେନ ଦୁର୍ଘଟଣାର କୌଣସି ମୃତାହତଙ୍କ ସୂଚନା ମିଳିନାହିଁ । ଦୁର୍ଘଟଣା ପରେ ରେଳ ଷ୍ଟେସନରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ଯାତ୍ରୀମାନେ ଓ ସେଠାରେ ଉପସ୍ଥିତ ଥିବା ଲୋକମାନେ ଭୟରେ ଏଣେତେଣେ ଦୌଡ଼ିବା ପାଇଁ ଆରମ୍ଭ କରିଥିଲେ । କିଛି ସମୟ ପାଇଁ ହୋ ହାଲାରେ ପାଟିରେ ଫାଟିପଡିଥିଲା ରେଳ ଷ୍ଟେସନ । ମଥୁରା ରେଳ ଷ୍ଟେସନର ନିର୍ଦ୍ଦେଶକଙ୍କ କହିବାଅନୁସାରେ, ସମସ୍ତ ଯାତ୍ରୀ ପୂର୍ବରୁ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ , ଯାହାଦ୍ୱାରା ଏକ ଭୟଙ୍କର ବିପଦ ଆସୁ ଆସୁ ଟଳିପଡିଥିଲା । ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥାଳରେ ତଦନ୍ତ ଜାରି ରଖିଛି ।