ବସକୁ ଅଟକାଇ କାଚ ଭାଙ୍ଗିଲା ହାତୀ, ଆତଙ୍କିତ ହୋଇ ଦୌଡ଼ିଲେ ଯାତ୍ରୀ

ରାସ୍ତା ଉପରକୁ ମାଡି ଆସିଲା ଦନ୍ତା, ଯାତ୍ରୀବାହି ବସ୍‌କୁ ଅଟକାଇ ଶୁଣ୍ଢରେ ବାଡ଼େଇ କାଚ ଭାଙ୍ଗିବା ସହ ଗାଡିକୁ ମଧ୍ୟ ଠେଲିବାକୁ ଲାଗିଲା । ଏଭଳି କିଛି ଘଟଣା ଘଟିଛି ରାୟଗଡ଼ା କମରଡ଼ାରେ । ରାୟଗଡ଼ା କମରଡ଼ା ବ୍ଲକ ଆର୍ତମ୍ ଗାଁ ନିକଟରେ ଏକ ବସକୁ ଅଟକାଇ ଦେଇଛି ଦନ୍ତା ହାତୀ । ବସରେ ୪୦ରୁ ଅଧିକ ଯାତ୍ରୀ ରାୟଗଡ଼ା କଲ୍ୟାଣସିଂହପୁରରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯାଉଥିଲା । ରାସ୍ତା ଉପରକୁ ହଠାତ୍‌ ଆସିଗଲା ବଣୁଆହାତୀ । ପରେ ବସ୍‌କୁ ଠେଲିବାକୁ ଲାଗିଲା । ଶୁଣ୍ଢ ବାଡ଼ାଇ ବସ୍‌ର କାଚକୁ ବି ଭାଙ୍ଗିଦେଲା । ଘଟଣାସ୍ଥଳରେ ବେଶ୍ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଛି । ବସ୍‌ରୁ ଓହ୍ଲାଇ ଯାତ୍ରୀମାନେ ଏଣେତେଣେ ଦୌଡ଼ିଛନ୍ତି ।