ବସନ୍ତ ବିଶ୍ୱାଳ ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ

ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟର ଶ୍ରେଷ୍ଠ ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପଟେନ ମାନଙ୍କୁ ଭାରତ ସ୍କାଉଟ ଓ ଗାଇଡ଼ ପକ୍ଷରୁ ବସନ୍ତ ବିଶ୍ୱାଳ ସମ୍ମାନ ରେ ସମ୍ମାନିତ କରାଯାଇଛି l ଏହି ସମ୍ମାନିତ ହୋଇଥିବା ସ୍କାଉଟ ମାଷ୍ଟର ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସ୍କାଉଟ ଓ ଗାଇଡ଼ ପକ୍ଷରୁ ଗତ 07/09/2023 ତାରିଖ ଦିନ ରାଜ୍ୟ ଭାରତ ସ୍କାଉଟ ମୁଖ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ମୁଖ୍ୟ କମିଶନର ଡ଼ଃ କାଳି ପ୍ରସାଦ ମିଶ୍ରଙ୍କ କର କମଳରୁ ରାଜ୍ୟ ଧୀର ସମୀର ପାଣିଗ୍ରାହୀ ଶ୍ରେଷ୍ଠ ସମ୍ମାନ ବସନ୍ତ ବିଶ୍ୱାଳ ସମ୍ମାନରେ ସମ୍ମାନିତ ହୋଇଛନ୍ତି l

ସେ ଜୋଉଗଡ ନୋଡାଲ ହାଇସ୍କୁଲର ସ୍କାଉଟ ମାଷ୍ଟର ତଥା କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି l ସେ ଜିଲ୍ଲାର ଜଣେ ଦକ୍ଷ ଓ କର୍ମତତ୍ପର ସ୍କାଉଟ ମାଷ୍ଟର ଅଟନ୍ତି l ସେ ଗଞ୍ଜାମ ଜିଲ୍ଲା ସ୍କାଉଟର ଜଣେ ଆଗଧାଡିର ସ୍କାଉଟ ମାଷ୍ଟର ଭାବେ ବେଶ ଜଣାଶୁଣା ଅଟନ୍ତି l ଏହି ସମ୍ମାନରେ ସମ୍ମାନିତ ହେବା ପରେ ଜିଲ୍ଲା ସମ୍ପାଦକ ଭାଗିରଥି ସ୍ୱାଇଁ, ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ରାମହରୀ ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା,ବିକ୍ରମ ମହାରଣା ଭାସ୍କର ରଣାଙ୍କ ସମେତ ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ପକ୍ଷରୁ ତାଙ୍କୁ ସ୍ୱାଗତ ଜଣାଇଥିଲେ l

ରିପୋର୍ଟ – ଜଗନ୍ନାଥ ସାହୁ