ଚିଲିକା,04/09:ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ମାନସିଂ ପୁର ପଞ୍ଚାୟତର ବାଉଁଶ ମୂଳଠାରୁ ବରୁଣପଡା, ସୋରଣ, ମୁଣ୍ଡଳକୁ ସଂଯୋଗ ହୋଇଥିବା ରାସ୍ତା ମା ଅଙ୍କୁରଇ ଦେବୀଙ୍କ ମନ୍ଦିର ସାମ୍ନାରେ ଜମୁଛି ପାଣି, ନାଁ ଅଛି ଡ୍ରେନ ନାଁ ପଡୁଛି କୌଣସି ସ୍ଥାନୀୟ ନେତା ଓ ସରପଞ୍ଚଙ୍କ ନଜର l ବହୁ ବର୍ଷ ଧରି ଏହି ରାସ୍ତା ଯେମିତିକି ସେମିତି ପାଣି ଲହଡା ମାରୁଥିବା ନଜରକୁ ବାରମ୍ବାର ଆସୁଛି l ହେଲେ ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ହୋଇ ପାରୁନାହିଁ,ଯାହା ଫଳରେ ଅଞ୍ଚଳ ବାସୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l ସୋରଣ ଠାରୁ କାଳୁପଡା ଯିବାକୁ ହେଲେ ଉକ୍ତ ରାସ୍ତା ଦେଇ ହଜାର ହଜାର ଲୋକ ମାନେ ଯିବା ଆସିବା କରିଥାନ୍ତି l ତେବେ ପରିତାପର ବିଷୟ ଯେ ଏଠି ନେତା ମାଳ ମାଳ , କାମ ପାଇଁ ସରକାର ଅନୁଦାନ ଅଧିକ କିନ୍ତୁ କାମ ଦୃର୍ବଳ l
ଏହି ବାଟରେ ଶ୍ରଦ୍ଧାଳୁ ମାନେ ମନ୍ଦିର କୁ ଯିବା ପାଇଁ ହେଲେ ପାଣି ଭିତରେ ଯିବାକୁ ପଡୁଛି, ପିଲାମାନେ ସ୍କୁଲ କଲେଜ ପାଠ ପଢିବାକୁ ଗଲେ ପାଣି ଭିତରେ ପଶି ଯିବା ଆସିବା କରିଥାନ୍ତି l ବେଳେ ବେଳେ ପିଲାମାନେ ପାଣିରେ ସରପଟିଆ ଯୋଗୁ ଗୋଡ଼ ଖସିଗଲେ ସେଠାରେ ପଡି ଓଦା ହେଉଥିବା ଦେଖିବାକୁ ମିଳୁଛି l ଏହିରାସ୍ତା ରେ ରୋଗୀ ମାନଙ୍କୁ ଡାକ୍ତର ଖାନା ନେବାକୁ ହେଲେ ନାହିଁ ନଥିବା ଅବସ୍ଥା ହେବାକୁ ପଡୁଛି l ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ପାଣି ଜମି ରହିଛି ଯେ ନିଷ୍କାସନ କରିବା ପାଇଁ ନାଁ ପାଖରେ ନଈ ଅଛି ନାଁ ନାଳ ଅଛି ନିଷ୍କାସନ କେମିତି ହେବ ଏହି ସମସ୍ୟାକୁ ସମାଧାନ କରିବ କିଏ? ଆଗକୁ ଇଲେକ୍ସନ ବିଗୁଲ୍ ବାଜିବା ପୂର୍ବରୁ ନେତା ମାନେ ଅଣ୍ଟା ଭିଡ଼ିବା ଆରମ୍ଭ କଲେଣି l ତେବେ ଏହି ରାସ୍ତା କିପରି ସୁଗମ ହୋଇପାରିବ କାହାରିକୁ ଦେଖା ଯାଉନି l ତେଣୁ ଏହି ସମସ୍ୟା କୁ ନେଇ ଆଗକୁ ସାଧାରଣ ଜନତା ତାହାର ଉଚିତ୍ ଜବାବ୍ ଦେବେ ବୋଲି ସବୁଆଡେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି l