ବାଣପୁର ଉପ କାରାଗାର କର୍ମଚାରୀଙ୍କ ଆମରଣ ଅନଶନ ବେଳେ ଦୁଇ କାରା କର୍ମଚାରୀ ଅସୁସ୍ଥ

ବାଣପୁର,27/09: ସୂଚନା ଥାଉକି ବିଗତ କିଛି ଦିନ ହେବ କାରା କର୍ମଚାରୀ ମାନେ ପାଞ୍ଚ ଦଫା ଦାବୀ ନେଇ କଳାବ୍ୟାଚ ପିନ୍ଧି ପ୍ରତିବାଦ ଜାରୀ ରଖିଛନ୍ତି l ଇତି ମଧ୍ୟରେ ଉକ୍ତ ଦାବି ପୂରଣ ନହେବାରୁ ସେମାନେ ଲଗାତାର ଭାବେ ଅନଶନ ଜାରି ରଖିଥିବାରୁ ଆଜି ଆମରଣ ଅନଶନ ବେଳେ ଦୁଇ ଜଣ କର୍ମଚାରୀ ଅସୁସ୍ଥ ହୋଇପଡିଥିବା ଜଣା ପଡିଛି ତେବେ ଜଣେ ରାକେଶ ପ୍ରଧାନ ଓ ଆଉଜଣେ ହେଉଛନ୍ତି ଜୟ କୃଷ୍ଣ ସାହୁ l

ପ୍ରକାଶ ଥାଉକି କାରାରକ୍ଷୀଙ୍କ ଗ୍ରେଡ଼ପେ ୧୯୦୦ ରୁ ୨୦୦୦ ଟଙ୍କା, ମୁଖ୍ୟ କାରାରକ୍ଷୀଙ୍କ ୨୦୦୦ ରୁ ୨୪୦୦ ଟଙ୍କା, ୨୦୧୨ ର ବଦଳି ନିୟମ ଲାଗୁ, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ, ଖାଦ୍ୟ ଭତ୍ତା ବୃଦ୍ଧି ଓ ତେର ମାସିଆ ଦରମା ବୃଦ୍ଧି ଭଳି ପାଞ୍ଚ ଦଫା ଦାବୀ ନେଇ କର୍ମଚାରୀ ମାନେ ଗତ ୧୩ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଥିବା ଜଣାଯାଇଛି। ଏହାକୁ କର୍ମଚାରୀ ମାନେ ଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ, ଏବଂ ଥାନା ଧିକାରୀଙ୍କୁ ଅବଗତ କରାଇଥିଲେ ଯେ,ଧାରଣା ସମୟରେ ଯଦି କୌଣସି କର୍ମଚାରୀ ଅସୁସ୍ଥ କି ମୃତ୍ୟୁବରଣ କରନ୍ତି, ତେବେ କାରାଗାର କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାର ଏଥିନିମନ୍ତେ ସମ୍ପୂର୍ଣ୍ଣ ଦାୟୀ ରହିବେ।ତେବେ ଆଜି ଅନଶନ ବେଳେ ଦୁଇ ଜଣ କାରା କର୍ମଚାରୀ ଅସୁସ୍ଥ ହେବାରୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି l