ଚିଲିକା/ବାଣପୁର 16/09: ଖୋର୍ଦ୍ଧା ଜିଲ୍ଲା ବାଣପୁର କୃଷି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଆତ୍ମା ଅଧ୍ୟକ୍ଷ କୁମାର ଜଗତ ବହ୍ଲଭ ମହାରଥା ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କୃଷି ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ କୃଷି ସଭା କକ୍ଷ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ପୁରୀ ସାଂସଦ ପ୍ରତିନିଧି ମାନସ ପ୍ରଧାନ, ବାଣପୁର କୃଷି ଅଧିକାରୀ ନାଜିର କୌଶର, ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ପର୍ଶୁରାମ ଶବର, ଶିବ ଶଙ୍କର ଜାଲି ଙ୍କ ସମେତ ହର୍ତିକଲଚର୍, ପ୍ରାଣିଧନ ବିଭାଗ ଓ ମିଶନ ଶକ୍ତି ର କମିଟି ସଦସ୍ୟା ମାନେ ଉପସ୍ଥିତ ଥିଲେ।
ଅଧ୍ୟକ୍ଷ ଶ୍ରୀ ମହାରଥା ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ କୃଷକ ମାନଙ୍କୁ କିପରି ସମସ୍ତ ସରକାରୀ ପ୍ରୋତ୍ସାହନ ଓ ସୁବିଧା ସୁଯୋଗ ମିଳିପାରିବ ଏବଂ ସେମାନେ ଯେପରି ସଠିକ୍ ଭାବେ ଉପକୃତ ହୋଇ ପାରିବେ , ଏହା ଉପରେ ସବିଶେଷ ଆଲୋଚନା କରିଥିଲେ। ବିଶେଷ କରି ମିଲେଟ୍ ମିଶନ ଉପରେ ବିଶେଷ ଗୁରୁତ୍ୱାରୋପ କରି ବୈଠକରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ଯେଉଁଭଳି ଭାବରେ କୃଷକ ମାନେ ମାଣ୍ଡିଆ ଓ ମକା ଉତ୍ପାଦନ ବିଶେଷ ଭାବରେ କରିବେ, ସେଥିପାଇଁ ସମସ୍ତେ ଚେଷ୍ଟିତ ହେବା ଉଚିତ ବୋଲି କହିଥିଲେ।