ବାଲୁଗାଁ,16/09: ପ୍ରତି ଶୁକ୍ରବାର ହେଲେ ଖୋର୍ଦ୍ଧା ଜଟଣୀରୁ ବାଲୁଗାଁ ଆସୁଥିଲା କଟା ଗୋ ମାଂସ ଆଉ ବାଲୁଗାଁ ଏବଂ ବାଣପୁରରେ ହେଉଥିଲ ବିକ୍ରି l ବାଲୁଗାଁ ବାଣପୁର ଚିକେନ ମଟନ ସେଣ୍ଟର ସମେତ ସ୍ଥାନୀୟ ଲୋକ ଛେଳି ମାଂସ ଭାବି କିଣୁ ଥିଲେ ଗୋ ମାଂସ l କିଂତୁ ବହୁଦିନ ଆଗରୁ ଏଭଳି ବେଆଇନ ଗୋ ମାଂସ ବିକ୍ରି ହେଉଥିବା ଖବର ପାଇଁ ବଜରଙ୍ଗ ଦଳ ବାରମ୍ବାର ନଜର ରଖି ଥିଲେବି ବିଫଳ ହୋଉଥିଲେ l ତେବେ ଗତ କାଲି କୌଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳ ବାଲୁଗାଁ ନିକଟସ୍ଥ ଧୂଆଁଳ ଗ୍ରାମ NH5 ରୋଡ଼ ଠାରେ ଗୋ ମାଂସ ବିକ୍ରି କରୁଥିବା ବେପରକୁ ଅଟକାଇ ଧରିଥିଲେ l ବେପାରୀର ମଟର ସାଇକେଲରେ ଥିବା ଏକ ବଡ଼ ବ୍ୟାଗରେ 3ରୁ4କେଜି ଗୋ ମାଂସ ଥିବା ଦେଖୁବାକୁ ମିଳିଥିଲା l
ବଜରଙ୍ଗୀ ଦଳ ଏହି ଗୋ ମାଂସ କୁ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ କୁ ଆଣି ଯାଞ୍ଚ କରାଇଥିଲେ,ତେବେ ଗୋ ମାଂସ ବୋଲି ଜଣାପଡିବା ପରେ ବାଲୁଗାଁ ଥାନାରେ ଜିମା ଦେଇଥିଲେ l ପୋଲିସ ର ପଚରା ଉଚରା ରେ ଖୋର୍ଦ୍ଧା ଜଟଣୀ ଗ୍ରାମର MD ରାଜୁ ବୋଲି ଅଭିଯୁକ୍ତ ପରିଚୟ ଦେଇଥିଲେ l ବାଲୁଗାଁ ଥାନା ପୋଲିସ ଗୋ ମାଂସ ବ୍ୟାଗ, ମଟର ସାଇକେଲ ଜବତ କରିବା ସହିତ ନିଜ ଆଡୁ ବାଲୁଗାଁ ଥାନା କେସ ନମ୍ବର 243/23 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି l