ବାଲୁଗାଁ,12/09/: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ର ବ୍ୟବସାୟୀ ଘନଶ୍ୟାମ ସ୍ୱାଇଁ ଙ୍କ ବ୍ୟବସାୟ ପ୍ରତିଷ୍ଠାନ ଏବଂ ବାସଭବନ ରେ ଜିଏସଟି ଟିମ ର ସର୍ଚ୍ଚ ଅପରେସନ ହୋଇଛି l ମାତ୍ର ଅଳ୍ପ କେଇଟା ବର୍ଷ ଭିତରେ ରେ ଏତେ ଗୁଡ଼ାଏ ସମ୍ପତି କିପରି ହେଲl ତାହା ବର୍ତମାନ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି l ଘନଶ୍ୟlମ ଙ୍କ ବାଲୁଗାଁ ଚିଲିକା ରୋଡ଼ ସ୍ଥିତ ଶ୍ରୀ ମାର୍ବଲ ସୋ ରୁମ ସହିତ ନିଜ ତିନି ମହଲା ବିଶିଷ୍ଟ ବାସଭବନ ସୂର୍ଯ୍ୟନଗର ରେ ଚଢ଼ାଉ ହୋଇଥିଲା l ଘନଶ୍ୟାମ ଙ୍କ ମାର୍ବଲ ଦୋକାନ ଓ ଜମିବାଡ଼ି ଦେଣ ନେଣ ବ୍ୟବସାୟ ରେ ଅନିୟମିତତା ଏବଂ ଜି ଏସଟି ଫାଙ୍କିବା ସୂଚନା ଆଧାରରେ ଖୋର୍ଦ୍ଧା ଜଟଣୀ, ଭୁବନେଶ୍ୱର ଓ କଟକ ରୁ ଛବିଶ ଜଣିଆ ଜି ଏସଟି ଟିମ୍ ସହିତ ସୁରକ୍ଷା ପାଇଁ କିଛି ବନ୍ଧୁକଧାରୀ ଫୋର୍ସ ଆସିଥିବା ଦେଖିବାକୁ ମିଳିଥିଲା l ଜି ଏସଟି ଅଧିକାରୀ ମାନେ ଦୀର୍ଘ ସମୟ ଧରି ତନ୍ନତନ୍ନ କରି ସର୍ଚ୍ଚ ଅପରେସନ ଜାରୀ ରଖିଥବା ବେଳେ କେତେ ସବୁ ସମ୍ପତି ତାଙ୍କ ନାମରେ ରହିଛି ଏବଂ କେତେ ଟିକସ ଫାଙ୍କି ସରକାର ଙ୍କୁ ଠକିଛନ୍ତି ତାହା ତଦନ୍ତ ଶେଷରେ ଜଣାପଡିବ ବୋଲି ଜିଏସଟି ଟିମି କହିଥିଲେ l
ଘନଶ୍ୟାମ ଙ୍କ ନିଜ ଗ୍ରାମ କୋଦପୁର ରେ ହୋଇଥିବା ବେଳେ ସେ ଅଳ୍ପ କେଇଟା ବର୍ଷ ଭିତରେ ସୂର୍ଯ୍ୟ ନଗରରେ ତିନି ମହଲା ବାସଭବନ ଘର ସହିତ ଭୁବନେଶ୍ୱର, ବାଲୁଗାଁ ସମେତ ଅନେକ ସ୍ଥାନରେ ବ୍ୟବସାୟୀକ ପ୍ରତିଷ୍ଠାନ ସହିତ ଘର ଏବଂ ପ୍ଲଟ ଥିବାର ଯାହା ସୂଚନା ରହିଛି l ସବୁଠାରୁ ଆଶ୍ଚର୍ଯ୍ୟ ପୂର୍ଣ୍ଣ ଖବର ଶୁଣିବାକୁ ମିଳିଛି ଯେ ଘନଶ୍ୟାମ ଙ୍କ ପାର୍ଟନର ବାଲୁଗାଁ ଅଂଚଳ ର ବ୍ୟବସୟୀ ମାଲେଶ୍ୱର ପାତ୍ର ନିଜର ଘର, ଦୋକାନ ଏବଂ ଲଜ୍ ଚାବି ପକାଇ ଜିଏସଟି ଟିମି ଙ୍କ ଚଢ଼ାଉ ଭୟରେ କେଉଁଆଡେ ପଳେଇ ଯାଇଥିବା ଶୁଣିବାକୁ ମିଳିଥିଲା lତେବେ ଏହିଭଳି ବାଲୁଗାଁ ଅଂଚଳ ରେ ଲୁକାୟିତ ଭାବେ ଅନେକ କଳା ସାମ୍ରାଜ୍ୟର ବାଦଶାହ ସରକାରଙ୍କୁ ଟିକସ ଫାଙ୍କି କିଛି ବର୍ଷ ମଧ୍ୟରେ ମାଲାମାଲ୍ ହେଉଛନ୍ତି l ଅପରପକ୍ଷରେ ଅନେକ ବ୍ୟବସାୟୀ ଜିଏସଟି ଫାଙ୍କି କୋଟିପତି ହେବାର ମାରାଥନ ପ୍ରକ୍ରିୟା ଜାରୀ ରଖିଥିବା ସାଧାରଣ ରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି l