ବାଲୁଗାଁ,20/09: ସ୍ୱଚ୍ଛତା ଅଭିଯାନ 2023 ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପାଳିତ ହୋଇ ଯାଇଛି l ଏହି ପରିପ୍ରେକ୍ଷୀରେ ସ୍ୱଛତା ଅଭିଯାନକୁ ସାଫଲ୍ୟ କରିବା ପାଇଁ ସି. ଏଚ. ସି. ବାଲୁଗାଁ ର ବି. ପି. ଏମ. ଆରତୀ ଦାଶ ଙ୍କ ପ୍ରୟାସରେ ଅଭିଯାନ ତ୍ୱରାନ୍ୱିତ ହୋଇଥିଲା l ତେବେ ଚିଲିକା ବାଲୁଗାଁ ରୋଟାରୀ କ୍ଲବର ସମସ୍ତ ରୋଟାରୀଆନ ମେଡିକାଲ କର୍ମଚାରୀ, ଆଶାକର୍ମୀ, ସାନିଟେସନ କର୍ମଚାରୀ ଭି ବି ଡ଼ି ଟି ଏସ ଜିଲ୍ଲା ଟିମ ଅଧିକାରୀ ମେଡିକାଲ ପରିସରରେ ସପେଇ କରିଥିଲେ l
ଏଥିରେ ମେଡିକାଲ ସୁପରିଟେଣ୍ଡଡ଼ ଡକ୍ଟର ସଂଗ୍ରାମ କେଶରୀ ସାହୁ, ଡକ୍ଟର ରଶ୍ମି ରେଖା ଜେନା ବିଦ୍ୟା ପଟ୍ଟନାୟକ, ଆରତୀ ଦାଶ, ଦୀପକ ନାୟକ ପ୍ରମ୍ମୁଖ ସଫେଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ରୋଟାରୀ କ୍ଲବ ଚିଲିକା, ବାଲୁଗାଁ ର ଆଇ ପି ପି ତଥା ଏ.ଜି. ଶ୍ରୀମତୀ ନମିତା ଝା, ପ୍ରେସିଡେଣ୍ଟ ଅକ୍ଷୟ କୁମାର ମହାପାତ୍ର, ସତେନ୍ଦ୍ର ସ୍ୱାଇଁ,ଭାଗିରଥି ସ୍ୱାଇଁ ମାନସ ମୋହନ ବଳିୟାରସିଂ, ସେକ୍ରେଟାରୀ ତ୍ରିଲୋଚନ ବାରିକ, ଭାରତୀ ପୁଷ୍ପା ସିଂ ରାଠୋର ତଥା ଅନ୍ୟାନ ରୋଟାରୀଆନ ମାନେ ଯୋଗଦେଇଥିଲେ l ଗୋଟିଏ ସୁସ୍ଥ ସମାଜ ଗଠନ କରିବା ସହ ପରିବେଶ ସ୍ଵଛତା ବଜାୟ ରଖିବା ଉପରେ ଆଲୋଚନା କରିବା ସହ ଗୁରୁତ୍ୱ ଦେଇଥିଲେ l