ଚିଲିକା, 04/09: ଆଜି ବାଲୁଗାଁ ଲିଆଫି ସଂଘ ତରଫରୁ ମାମୁଁ ଭଣଜା ପାହାଡ଼ ପାଦଦେଶରେ ଅବସ୍ଥିତ ରାମମନ୍ଦିର ପ୍ରାଙ୍ଗଣରେ ସଭାରେ ତ୍ରିଲୋଚନ ସାହୁ ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ବାଲୁଗାଁ ଶାଖା ବରିଷ୍ଠ ଶାଖା ପ୍ରବନ୍ଧକ ଉମାକାନ୍ତ ଉଦଗାତା, ମୂଖ୍ୟ ବକ୍ତା ଭାବେ ବିଜୟ କୁମାର ସାହୁ ଲିଆଫି ସଭାପତି ଭୁବନେଶ୍ଵର ଡିଭିଜନାଲ କାଉନସିଲ, ସମ୍ମାନୀତ ଅତିଥି ଭାବେ ଶାଖା ପରିଚାଳକ ପ୍ରିୟରଞ୍ଜନ ବେହେରା, ଦୀପକ କୁମାର ପଟ୍ଟନାୟକ ଚେୟାରମ୍ୟାନ କୋଡିନେସନ କମିଟି ଡିଭିଜନାଲ କାଉନସିଲ ଭୁବନେଶ୍ବର, ସତ୍ୟଜିତ ଦାସ ସମ୍ପାଦକ ଡିଭିଜନାଲ଼ ରକାଉନସିଲ ଭୁବନେଶ୍ବର ,ସୁଜିତ କୁମାର ମହାନ୍ତି ଉପସଭାପତି ଡିଭିଜନାଲ କାଉନସିଲ ଭୁବନେଶ୍ବର,ସମ୍ପାଦକ ରତିକାନ୍ତ ସାହୁ ପ୍ରମୂଖ ଉପସ୍ଥିତ ରହି ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଥିଲେ।ସମୂହ ନିଗମ ଗୀତ ଗାନ କରାଯାଇଥିଲା। ଲିଆଫି ସଂଘ ର ଆବଶ୍ୟକତା ଉପରେ ସଭାରେ ଗୁରୁତ୍ୱାରୋପ କରିଥିଲେ। ସର୍ବଶେଷରେ ଅକ୍ଷୟ କୁମାର ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କଲାପରେ ସଭା କାର୍ଯ୍ୟ ସମାପନ କରାଯାଇଥିଲା।