ବାଳମୁକୁନ୍ଦ ଦେବଙ୍କ ପୀଠରେ ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ

ଚିଲିକା,06/09:ପବିତ୍ର ଜନ୍ମାଷ୍ଟମୀ ଅବସରରେ ସାରା ଦେଶ ଆଜି ଉତ୍ସବ ମୁଖର l ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମଦିନ କୁ ନେଇ ବିଭିନ୍ନ କୃଷ୍ଣ ମନ୍ଦିର ଚଳଚଞ୍ଚଳ lଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅଠରବାଟିଆ ପଂଚାୟତର ଚନ୍ଦ୍ରାପୁଟ ଗ୍ରାମରେ ବାଳମୁକୁନ୍ଦଙ୍କ ପୀଠରେ ବଡ ଧୂମଧାମରେ ପାଳିତ ହୋଇଯାଇଛି l ପରମ୍ପରା ଅନୁସାରେ ବିଭିନ୍ନ ଧର୍ମ ପୀଠରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରା ଯାଇଥାଏ l ଚିଲିକା ନିର୍ବାଚନ ମଣ୍ଡଳୀ ଅଠରବାଟିଆ ପଂଚାୟତ ଚନ୍ଦ୍ରାପୁଟ ଗ୍ରାମରେ ବହୁ ପୁରାତନ କାଳରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବଡ ଧୂମଧାମ୍ ରେ ପାଳିତ ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମଦିନ l

ଏଠାକୁ ବିଭିନ୍ନ ଅଞ୍ଚଳ ରୁ ହଜାର ହଜାର ଶ୍ରଦ୍ଧାଳୁ ଉପବାସ ପାଳନ କରି, ବ୍ରତ ଓ ମାନସିକ ରଖି ଧାଇଁ ଆସନ୍ତି ପ୍ରଭୁ ବାଳମୁକୁନ୍ଦ ଙ୍କ ଦର୍ଶନ ନିମନ୍ତେ l ଏହି ମନ୍ଦିରରେ ସକାଳୁ ସନ୍ଧ୍ୟା ଏବଂ ସନ୍ଧ୍ୟା ରୁ ସାରା ରାତି ଭଜନ ,ଜଣାଣ, ସହିତ କୃଷ୍ଣଜନ୍ମ ଠାରୁ କାଳିଦହନ ନାଟକ ଗାଁ ର କଳାକାର ମାନଙ୍କ ଦ୍ଵାରା ପରିବେଶଣ ହୋଇଥାଏ l ଏହି ଉତ୍ସବ କୁ ନେଇ ଗାଁର ପିଲା ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଧିପନା ଦେଖିବାକୁ ମିଳିଥିଲା l