ବିଏସଏଫ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟତ୍ୱ ନେଲେ ଓଡ଼ିଶା କ୍ୟାଡର ଆଇପିଏସ ଯୋଗେଶ ବାହାଦୂର ଖୁରାନିଆ

ଆଇପିଏସ୍‌ ଯୋଗେଶ ବାହାଦୂର ଖୁରାନିଆଙ୍କୁ ବିଏସ୍‌ଏଫ୍‌ ଇଣ୍ଡିଆ ଓ୍ୱେଷ୍ଟର୍ଣ୍ଣ କମାଣ୍ଡର ସ୍ପେଶାଲ ଡିଜି ଭାବେ ନିଯୁକ୍ତି ମିଳିଛି । ୧୯୯୦ ବ୍ୟାଚର ଓଡିଶା କ୍ୟାଡର ଆଇପିଏସ୍‌ ଅଫିସର ଯୋଗେଶ ବାହାଦୂର ଖୁରାନିଆ । ଏସ୍‌ପି ଭାବେ ରାଉରକେଲା, ମୟୁରଭଞ୍ଜ, ଗଞ୍ଜାମ ସହ ଅନ୍ୟାନ୍ୟ ଜିଲ୍ଲାରେ କାମ କରିସାରିଛନ୍ତି । ଏହାପରେ ସେ ଡିଆଇଜି/ଆଇଜି ରାଙ୍କରୁ ପଦ୍ନୋନିତ ପାଇଛନ୍ତି। ଡିଆଇଜି/ଆଇଜି ରାଙ୍କରେ ଭୁବନେଶ୍ୱର ରେଞ୍ଜ, ଦକ୍ଷିଣାଞ୍ଚଳ ରେଞ୍ଜ, ଉତ୍ତରାଞ୍ଚଳ ରେଞ୍ଜରେ ମୁଖ୍ୟ ଭାବେ କାମ କରିଛନ୍ତି । ଏହାବ୍ୟତୀତ ସେ ଟ୍ୱିନ୍‌ ସିଟି ପୋଲିସ କମିଶନର, ଓଡିଶା ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି । ଶେଷରେ ୨୦୧୮ରେ ସେ ଡେପୁଟେସନରେ ବିଏସ୍‌ଏଫ୍‌ଙ୍କୁ ଯାଇଥିଲେ ।