ବିଜେଡିର କାର୍ଯ୍ୟାନୁଷ୍ଠାନ, ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ବିଜୁ ଜନତା ଦଳର ଉପ-ସଭାପତିରୁ ହଟିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିର୍ଦ୍ଦେଶନାମା ଆଜି ବିଜେଡି ପକ୍ଷରୁ ଜାରି କରାଯିବା ସହିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପ-ସଭାପତି ପଦରୁ ହଟାଯାଇଛି । ସୂଚନା ଥାଉ କି, ଲଗାତାର କିଛି ଦିନ ଧରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା । ୫ଟି କୁ ନେଇ ସମ୍ବାଦ ଖବରକାଗଜରେ ସମ୍ପାଦକୀୟ ପୃଷ୍ଠା ‘ଆମ ଘର ହାଲଚାଲ’ ରେ ଯେ ସେ ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହା ପରେ ତାଙ୍କୁ ଆଜି ବିଜେଡି ଉପ-ସଭାପତି ପଦରୁ ହଟାଯାଇଛି ।

ଅନ୍ୟପଟେ କାରଣ ନ ଦର୍ଶାଇ ନୋଟିସ୍ ନକରି ସୌମ୍ୟ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଉଠିଲା ପ୍ରଶ୍ନ । କାରଣ ପୂର୍ବରୁ ବିଧାୟକ, ମନ୍ତ୍ରୀଙ୍କୁ ଲଗାଇ ଟାର୍ଗେଟ କରାଯାଉଥିଲା । ଲଗାତର ୩ଦିନ ଧରି ବୟାନବାଜି ହେଉଥିଲା । ଗୋଟିଏ ଦିନ ଚୁପ୍ ରହିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିର୍ଦ୍ଦେଶନାମା ଆଜି ବିଜେଡି ପକ୍ଷରୁ ଜାରି କରାଯିବା ସହିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପ-ସଭାପତି ପଦରୁ ହଟାଯାଇଛି । ତେବେ ଲଗାତାର କିଛି ଦିନ ଧରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା ।