ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ

ଆସିକା 24/09: ଆସିକା ବାଣୀବିହାର ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି l ଏହି ବିଜ୍ଞାନ ମେଳା ରେ କନିଷ୍ଠ ବିଭାଗ ଓ ବରିଷ୍ଠ ବିଭାଗର ମୋଟ 40 ଗୋଟି ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ବୃଦ୍ଧି, ଦକ୍ଷତା ପରିପ୍ରକାଶ, ଆବିଷ୍କାର ମନୋଭାବକୁ ଜାଗ୍ରତ କରିବା ପାଇଁ ଏଭଳି ବିଜ୍ଞାନ ମେଳା ଆୟୋଜିତ କରାଯାଇଛି ବୋଲି ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଗୁରୁଜୀ ବିପ୍ରଚରଣ ଭଞ୍ଜ ମତ ବ୍ୟକ୍ତ କରିଛନ୍ତି l

ଏହି ବିଜ୍ଞାନ ମେଳାରେ ମୁଖ୍ୟ ନିରୀକ୍ଷକ ଭାବେ ବରଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଏ.ସ୍ଵାତି ଯୋଗ ଦେଇଥିଲେ l ଅଂଶ ଗ୍ରହଣ କରିଥିବା ବିଜ୍ଞାନ ମେଳା ରେ କନିଷ୍ଠ ବିଭାଗର ପ୍ରଥମ ସ୍ଥାନ ରେ ଆଶୁତୋଷ ପରିଡା, ଦ୍ୱିତୀୟ ସ୍ଥାନ ରେ ସ୍ଵୟଂଶ୍ରୀ ଗୌଡ଼, ତୃତୀୟ ସ୍ଥାନରେ ସୁନୟନl ପଟନାୟକ କୃତିତ୍ୱ ଅର୍ଜନ କରିଥିବା ବେଳେ ବରିଷ୍ଟ ବିଭାଗର ପ୍ରଥମ ରେ ସୋନାଲି ପଣ୍ଡା, ଦ୍ୱିତୀୟ ରେ ପ୍ରଜ୍ଞାପ୍ରିୟଦର୍ଶନୀ ବିଶ୍ୱାଳ, ତୃତୀୟ ରେ ଦେବାଶିଷ ସ୍ୱାଇଁ ମନୋନୀତ ହୋଇଛନ୍ତି l ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର ର ସମସ୍ତ ଗୁରୁମା, ଗୁରୁଜୀ ଏବଂ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ l