ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ ସାମନ୍ତରାଙ୍କୁ ଅପରହରଣ ଘଟଣାକୁ ତଦନ୍ତ ଦାବି

ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଛତ୍ରପୁର, ୩୧/୮ : ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ ସାମନ୍ତରାଙ୍କୁ ଅପହରଣ କରିଥିବା ଘଟଣାର ତଦନ୍ତ ଦାବି ନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଗୁରୁବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କୁ ପ୍ରଦାନ କରାଯାଇଛି । ପରିବେଶ ପ୍ରଦୂଷଣ ଫଳରେ ଜଳବାୟୁ ପରିବର୍ତ୍ତନ ହୋଇ ବର୍ଷାର ଅନିୟମିତତା ଦେଖାଯାଉଥିବା ବେଳେ ପରିବେଶ ସନ୍ତୁଳନ କୁ ଅନୁଧ୍ୟାନ କରି ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛନ୍ତି । ହେଲେ, ରାୟଗଡା ରେ ପ୍ରଫୁଲ ସାମନ୍ତରାଙ୍କୁ କିଛି ପୋଲିସ୍ ସାଧା ପୋଷାକରେ ଉଠାଇ ଆଣି ତାଙ୍କୁ ବ୍ରହ୍ମପୁର ସ୍ଥିତ ତାଙ୍କ ଘରେ ଛାଡିବା ଘଟଣାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବିରୋଧ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଚାଷୀ ନେତା ନବ କିଶୋର ସ୍ୱାଇଁ, ସଂଯୋଜକ ବିଜୟ କୁମାର ସ୍ୱାଇଁ, ଚାଷୀ ନେତା ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।