ବ୍ରହ୍ମପୁର, ୫/୬ (ଅଭିଜିତ କର): ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟର ଶକ୍ତିପୀଠ ପ୍ରସିଦ୍ଧ ମାଁ ତାରାତାରିଣୀ ମନ୍ଦିର ପରିସରରେ ବନୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ମହାରଣାଙ୍କ ଉଦ୍ୟମରେ ଜିଲ୍ଲାର ଶକ୍ତିପୀଠ ତାରାତାରିଣୀ ମନ୍ଦିର ଚତୁଃପାର୍ଶ୍ୱକୁ ବନୀକରଣ ମାଧ୍ୟମରେ ଆହୁରୀ ଆକର୍ଷଣୀୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାଶ । ଯାହାକି ଏଭଳି ପ୍ରୟାଶରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଜିଲ୍ଲା ବନ ଅଧିକାରୀ ସନି ଖେଖର, ପୁରଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ, ପୁରଷୋତ୍ତମପୁର ବ୍ଲକର ଅଧ୍ୟକ୍ଷା ପିଙ୍କି ବେହେରା, ପୁରଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ, ପୁରଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରା, ତାରାତାରିଣୀ ମନ୍ଦିର ପରିଚାଳନ୍ନା କମିଟିର କର୍ମକର୍ତ୍ତା ପ୍ରମୋଦ କୁମାର ପଣ୍ଡା, ଅଲେଖ ଧର୍ମର ପ୍ରଚାରକ ବକଳଧାରୀ ଜୟରାମ ବାବା, ମା ତାରାତାରିଣୀ ମନ୍ଦିରର ପୁଜକ ବାପୁଜି ରଣା, ସ୍ଥାନୀୟ ସମିତି ସଭ୍ୟା ଜ୍ୟୋତ୍ସ୍ନା ବେହେରା, ବିଜେଡି ରାଜ୍ୟ ସଂପାଦକ ମୁକୁନ୍ଦ ଗୈଡ, ବିଜେଡି ରାଜ୍ୟ ସଂପାଦିକା ଏମ ସୁଜତା ପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାଙ୍କୁଡଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।
ରାଜ୍ୟ ସରକାରଙ୍କ ପକ୍ଷରୁ ମାଁ ତାରାତାରିଣୀ ମନ୍ଦିରର ଉନ୍ନତିକରଣ ପାଇଁ ୫ଟି ରୂପାନ୍ତରିକରଣର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇ ପାରିପାଶ୍ୱିକ ବିକାଶ କାର୍ଯ୍ୟ ଚାଲିଥିବା ବେଳେ, ଏଭଳି ସମୟରେ ତାରାତାରିଣୀ ମନ୍ଦିର ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ବର, ଅଶ୍ୱସ୍ଥ ଭଳି ୩୦୦ ରୁ ଉର୍ଦ୍ଧ୍ୱ ଚାରା ଗଛକୁ ଏହି ଅବସରରେ ମନ୍ଦିରକୁ ଯାତାୟତ କରାଯାଉଥିବା ମୁଖ୍ୟ ରାସ୍ତାରେ ଚାରା ରୋପଣ କରାଯାଇଛି । ଜଳବାୟୁ ପରିବର୍ତ୍ତନ ସହିତ ପ୍ରତେକ ବର୍ଷ ମାତ୍ରାଧିକ ଭାବରେ ତାପମାତ୍ରା ବୃଦ୍ଧି ପାଉଥିବା ସମୟରେ ଏପରି ବୃକ୍ଷ ବଡ ହେଲେ ଅମ୍ଳଜାନ ପ୍ରଦାନ କରିବା ଠାରୁ ଅନେକ ସହାୟତା ଯୋଗାଇବ ବୋଲି ଆହ୍ବାନ କରାଯାଇଥିବା ବେଳେ, ଆଗାମୀ ଦିନରେ ଏଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ଉପରେ ବେଶ ପ୍ରଭାବ ପକାଇବା ସହିତ ଅନ୍ୟମାନେ ମଧ୍ୟ ଏଥିପ୍ରତି ଆକର୍ଷିତ ହୋଇ ଏହି କାର୍ଯ୍ୟରେ ଉଦ୍ୟମ କରିବେ ବୋଲି କୁହାଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନଙ୍କ ସହିତ ଜଙ୍ଗଲ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହିଥିଲେ।