ବିଷାକ୍ତ ଖାଦ୍ୟ ଖାଇ ୩ ମୃତ । ବନ୍ଦ ଘର ଭିତରୁ ଉଦ୍ଧାର ହେଲା ମୃତଦେହ। ମାଆ ଓ ଦୁଇ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଗଞ୍ଜାମ ଶେରଗଡ଼ ଶ୍ରୀରାମ ନଗରରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ କପରି ହେଲା କାରଣ ଅସ୍ପଷ୍ଟ ରହିଛି । ମୃତକ ସାବିତ୍ରୀ ବେହେରା ଓ ତାଙ୍କ ଦୁଇ ଶିଶୁ। ସାବିତ୍ରୀ ମହାତ୍ମାଗାନ୍ଧୀ ହାଇସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ତାଙ୍କ ସ୍ବାମୀ ଓ ଶାଶୁଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଶେରଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।