ବୀଭତ୍ସ ହତ୍ୟାକାଣ୍ଡ, ଘର ଭିତରେ ପଡିଛି ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ

ବରଗଡ଼ ମେଳଛାମୁଣ୍ଡା ଥାନା କୁଣ୍ଡାଖାଇ ଗାଁରେ ଘର ଭିତରେ ପଡିଛି ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ। ମୃତକ ଶ୍ୟାମ ପ୍ରଧାନ ବୋଲି ଜଣାପଡିଛି । କିଛି ଦୁର୍ବୃତ୍ତ ଶ୍ୟାମ ପ୍ରଧାନଙ୍କ ଘରେ ପଶି ହତ୍ୟା କରିବା ସହ ଟଙ୍କା ସୁନା ଲୁଟ କରି ନେଇଛନ୍ତି। ଘଟଣାସ୍ଥଳରେ ମେଲଛାମୁଣ୍ଡା ପୋଲିସ ପହଂଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ।

ସୂଚନା ମୁତାବକ, ଗଳାକାଟି ବୃଦ୍ଧଙ୍କୁ ହତ୍ୟା। ଗତକାଲି ରାତିରେ ଶ୍ୟାମ ପ୍ରଧାନ ଘରେ ସୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ହତ୍ୟା କରିବା ସହ ଟଙ୍କା ସୁନା ଲୁଟ କରି ନେଇଛନ୍ତି । ହତ୍ୟା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମେଲଛାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତନାଘନା ଜାରି ରଖିଛି। ଏହାକୁ ନେଇ ଗାଁ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି।