ବୃନ୍ଦାବନ ଚନ୍ଦ୍ର ଯୁଗଳ ମହାପ୍ରଭୁଙ୍କ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପୂଜା ପାଳିତ ।

ବ୍ରହ୍ମପୁର, ୬/୯ (ଅଭିଜିତ କର): ମହାନଗର ନିଗମ ଅନ୍ତର୍ଗତ ୩ ନମ୍ବର ୱାର୍ଡର ବଡ ବଜାର ଜେନା ସାହିର ଶ୍ରୀ ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଯୁଗଳ ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପୂଜା ପାଳନ ହୋଇଛି। ମନ୍ଦିର ତଥା ସାହି କମିଟିର ସଭାପତି ଶ୍ରୀ ପ୍ରସନ୍ନ ରଥଙ୍କ ପ୍ରଯୋଜନାରେ ଆୟୋଜିତ ଏହି ମାଙ୍ଗଳିକ କାର୍ଯ୍ୟରେ ଜେନା ସାହି ସମେତ ଆଖପାଖ ଅଞ୍ଚଳରେ ବହୁ ଭକ୍ତ ଓ ମହିଳା ଉପାସକ ଶ୍ରଦ୍ଧାଳୁ ମାନେ ଯୋଗଦେଇ କୃପା ଲାଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ତଥା ସମ୍ପାଦକ ରବୀନ୍ଦ୍ର ସାହୁ, ସହ ସମ୍ପାଦକ ରବି ସାହୁ, ଉପଦେଷ୍ଟା ରାମହରି ସାହୁ, ଉପ ସଭାପତି ରଞ୍ଜିତ ରଥ, କାର୍ଯ୍ୟକାରୀ ସମ୍ପାଦକ ବୁଢ଼ା ସାହୁ, କାଳୁ ସାହୁ, କାହ୍ନା କର, ଅନିଲ ପାତ୍ର, ମହେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ, ପୂଜା କାର୍ଯ୍ୟକ୍ରମର ପୁରୋହିତ ଭାବେ ପଣ୍ଡିତ ସୁଦର୍ଶନ ରଥ ଓ ଯୁଧିଷ୍ଠିର ରଥ ଦାୟିତ୍ୱ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶାନ୍ ପାତ୍ର, କମଲ ପାତ୍ର, ମନ୍ମଥ ସାହୁ ଏବଂ ସାହିର ବହୁ ଯୁବ ବର୍ଗ ପରିଚାଳନରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ମାନଙ୍କ ସମେତ ସାହିର ଯୁବ ବର୍ଗ ମାନେ ପରିଚାଳନରେ ସହଯୋଗ କରିଥିବାରୁ ସଭାପତି ଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।