ବ୍ରହ୍ମପୁର, ୧୩/୯ (ଅଭିଜିତ କର): ସ୍ଥାନୀୟ ମିନାକ୍ଷୀ ନଗର ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ନିକଟସ୍ଥ ଆମ୍ବ ବଜାର ସାମ୍ନାରେ ଫୁଡ୍ ଟାଉନ୍ ନାମକ ଏକ କେଫ୍ ଏଣ୍ଡ ରେଷ୍ଟୁରାଣ୍ଟର ଶୁଭ ଉଦ୍ଘାଟନ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ରୂପେ ଅନ୍ୟତମ ଆଇନଜୀବୀ ପ୍ରଦୀପ ବେହେରା, କୃଷକ ନେତା ସୁଧୀର ରାଉତ ଓ ବଡ଼ ମେଡ଼ିକାଲ କଲେଜରେ ଛାତ୍ର ନେତା ଡ ସତ୍ୟ ନାରାୟଣ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦାନ କରି ରେଷ୍ଟୁରାଣ୍ଟର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ରେଷ୍ଟୁରାଣ୍ଟର ମୁଖ୍ୟ ଶ୍ରୀ ମହାନ୍ତି କହିଛନ୍ତି ଯେ, ଏହି ରେଷ୍ଟୁରାଣ୍ଟ ଗ୍ରାହକ ମାନଙ୍କ ନୂତନ ଚିନ୍ତାଧାରା ଓ ପୁରାତନ ବା ପ୍ରାକୃତିକ ପରିବେଶକୁ ନେଇ ଏକ ମାହୋଲ ପ୍ରସ୍ତୁତ କରାଯାଇଛି । ଏଠାରେ ଗ୍ରାହକ ମାନଙ୍କ ପସନ୍ଦ ମୁତାବକ ବହୁ ସୋନ୍ଦର୍ଯ୍ୟମୂଳକ ବ୍ୟବସ୍ଥା ରହିଥିବା ବେଳେ, ଯୁବ ବର୍ଗ ଓ ଯୁବତୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସେଲ୍ଫି ପଏଣ୍ଟ, ଫିସ୍ ଆକୁଆରିଆୟମ, କଣ୍ଟେନର ଟେବୁଲ୍ ଖୋଲା ଆକାଶ ତଳେ ପ୍ରାକୃତିକ ସମ୍ପଦର ଉପଭୋଗ କରିବା ପାଇଁ ଏଠାରେ ବ୍ୟବସ୍ଥା କରାଯାଇଛି। ଏହାସହ ଗ୍ରାହକଙ୍କ ସୁସ୍ୱାଦୁ ଖାଦ୍ୟ ଖାଇବା ଉପରେ ଦୃଷ୍ଟି ଆକର୍ଷଣ କରି ବିଭିନ୍ନ କିସମର ଆମିଷ ଓ ନିରାମିଷ ଭୋଜନ ଉପଲବ୍ଧ ରହିଥିବା ସହ କର୍ମଚାରୀଙ୍କ ସର୍ଭିସ୍ ପ୍ରଦାନ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ବୋଲି ମୁଖ୍ୟ ପରିଚାଳକ ଶ୍ରୀ ମହାନ୍ତି କହିଛନ୍ତି। ଏହାସହ ଅତି କମ୍ ଦିନ ମଧ୍ୟରେ ଏହି ରେଷ୍ଟୁରାଣ୍ଟ ନାମରେ ଏକ ଆପ୍ ଆରମ୍ଭ କରାଯିବ ଯାହା ଗ୍ରାହକ ମାନଙ୍କୁ ଅଧିକ ସର୍ଭିସ୍ ପ୍ରଦାନ କରିବା ଉପରେ ଉପଯୋଗୀ ହେବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପରିଚାଳକଙ୍କ ମାଁ’ ମିନତି ମହାନ୍ତି, ଭଉଣୀ ଶ୍ରୀମତୀ ନିହାରିକା ପାଢୀଙ୍କ ସମେତ ଅନ୍ୟ ପରିବାର ବର୍ଗ ଉପସ୍ଥିତ ଥିବା ବେଳେ, ରେଷ୍ଟୁରାଣ୍ଟର ମେନେଜର ଆଦିତ୍ୟ ପାଣିଗ୍ରାହୀ, ବ୍ୟବସାୟିକ ପରିଚାଳକ କେ ହରି କୁମାର, ସୂପରଭାଇଯାର ଆଶିଷ କୁମାର ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।