ବ୍ରହ୍ମପୁର, ୧୨/୬ (ନି.ପ୍ର): ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ଠାରେ ବ୍ରହ୍ମପୁର ସରକାରୀ ପଲିଟେକନିକ୍ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଟ୍ରାଫିକ ନିୟମ ଉପରେ ସଚେତନା ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଇଂ.ନିଶାକର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠାନର ଶେଷ ବର୍ଷର ମେକାନିକାଲ ବିଭାଗ ଏବଂ ହୋଟେଲ ମ୍ୟାନେଜମେଣ୍ଟ ଓ କ୍ୟାଟରିଂ ଟେକ୍ନୋଲୋଜି ବିଭାଗର ବିଦ୍ୟାର୍ଥୀ ମାନେ ଟ୍ରାଫିକ ନିୟମ ପାଳନ ଉପରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ପ୍ଲା କାର୍ଡ ପ୍ରଦର୍ଶନ କରି ଲୋକଙ୍କୁ ସଚେତନ କରିଥିଲେ। ଏହାର ମୂଳ ଉଦ୍ଦେଶ୍ୟ ରହିଥିଲା ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଦେଶ ଓ ସମାଜ ପ୍ରତି ଥିବା ସାମାଜିକ ଦାୟିତ୍ଵ ବୋଧ ଜାଗ୍ରତ କରାଇବା ସହ ଦଳଗତ କାର୍ଯ୍ୟ କରିବାକୁ ନେଇ ଶିକ୍ଷା ଓ ପ୍ରୋତ୍ସାହନ ଦେବା । ଏହା ଡିପ୍ଲୋମା ପାଠ୍ୟକ୍ରମର ଶେଷ ବର୍ଷରେ ଲାଇଫ ସ୍କିଲ୍ ବିଷୟ ଅନ୍ତର୍ଭୁକ୍ତ । ଏହି ଅବସରରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ତିଆରି ଟ୍ରାଫିକ ନିୟମ ସମ୍ବନ୍ଧୀୟ ବାର୍ତ୍ତା ପତ୍ର ନିୟମ ଭଙ୍ଗ କରୁଥିବା ଗାଡ଼ି ଚାଳକଙ୍କୁ ଦିଆଯିବା ସହ ନିୟମ ଅନୁପାଳନ କରିଥିବା ଗାଡ଼ି ଚାଳକଙ୍କୁ ଧନ୍ୟବାଦ୍ ପତ୍ର ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ କଲେଜର ହୋଟେଲ ମ୍ୟାନେଜମେଣ୍ଟ ଓ କ୍ୟାଟରିଙ୍ଗ ଟେକ୍ନୋଲୋଜି ବିଭାଗର ଅତିଥି ଅଧ୍ୟାପିକା ଆଶ୍ରିତା ନାୟକ ସଂଯୋଜନା କରିଥିବା ବେଳେ, ଅବନୀ, ଅନିଲ, ଆଦିତ୍ୟ, ବିଜୟ, ଔରଜିତ୍, ସାଇସ, ରଶ୍ମି ରଞ୍ଜନ, ସାନୁ, ରାଜେଶ, ସୁନିଲ, ସାଇ, ସୁବାସିନି, ଅର୍ଚ୍ଚନା, ପୂର୍ଣ୍ଣ, ସାଇ ଶ୍ରିତମ୍, ଶିବ ଶଙ୍କର, ଗୌରବ, ମୋହିତ, ବିକାଶ, ସିମାଂଶୁ, ଅନିକେତ୍ ପ୍ରମୁଖଙ୍କ ସହ ଅନ୍ୟ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।