• କର୍ପୋରେଟର ମାନଙ୍କୁ ଅଣଦେଖା ହେଉଥିବା ଅଭିଯୋଗର ସମାଧାନ ପରେ ୧୨ଟି ପ୍ରମୁଖ ବିଷୟ ଉପରେ ଆଲୋଚନା ।
• ନିଜ ନିଜ ୱାର୍ଡରେ ଥିବା ବିଭିନ୍ନ ସମସ୍ୟା ଓ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ ନେଇ ଗୃହରେ ଅଭିଯୋଗ ।
• ଅଧିକାରୀ, କର୍ମଚାରୀ ଓ ଯନ୍ତ୍ରୀ ମାନେ ଜନ ପ୍ରତିନିଧିଙ୍କ ଉର୍ଦ୍ଧ୍ୱରେ ଯାଇ କାର୍ଯ୍ୟ କଲେ ଚାକିରିରୁ ବିଦା ହେବେ ; ବିଧାୟକଙ୍କ ତାଗିଦ୍ ।
ବ୍ରହ୍ମପୁର, ୧୨/୫ (ଅଭିଜିତ କର): ବ୍ରହ୍ମପୁର ମହାନଗର ନିଗମର ନୂତନ ସମ୍ମିଳନୀ କକ୍ଷରେ ଶୁକ୍ରବାର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ନିଗମର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ସହ ପ୍ରମୁଖ ୧୨ ଗୋଟି ସମ୍ବନ୍ଧରେ ଉପରେ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ନେଇ ଆଲୋଚନା ହୋଇଛି । ଏଥିରେ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, କମିସନର ଜେ ସୋନାଲ, ଆସିଷ୍ଟାଣ୍ଡ କମିଶନର ତଥା ବିଇଡିଏ ସଚିବ ସମ୍ବିତ ରାଉତ ପ୍ରମୁଖ ମଞ୍ଚାସିନ ଥିଲା । ସେଥି ମଧ୍ୟରୁ ୨୩/୧୨, ୨୯/୩ ରେ ଅନୁଷ୍ଠିତ ନିଗମର ଏକ ସାଧାରଣ ବୈଠକ କାର୍ଯ୍ୟାଳବୀ ଦୃଢ଼ କରଣ କରିବା ଲାଗି ନିଗମ ପକ୍ଷରୁ ବିଚାର କରାଯାଇଥିବା ବେଳେ, ୩୧/୩ରେ ଅନୁଷ୍ଠିତ ନିଗମର ଅଭିଯୋଗ ଏବଂ ସାମାଜିକ ନ୍ୟାୟରେ ଷ୍ଟାଣ୍ଡିଂ କମିଟି ସୁପାରିଶ କରିଥିବା ବିଷୟ ଗୁଡ଼ିକ ଉପରେ ମଂଜୁର କରିବା ଲାଗି ବିଚାର, ଲାଇସେନ୍ସ ଏବଂ ଆପ୍ସ ଷ୍ଟାଣ୍ଡିଂ କମିଟି ସୁପାରିଶ ମଂଜୁର କରିବା ଉପରେ ବିଚାର, ଜନସ୍ୱାସ୍ଥ୍ୟ, ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ଜଳ ନିଷ୍କାସନ ଏବଂ ପରିବେଶ ଷ୍ଟାଣ୍ଡିଂ କମିଟି ସୁପାରିଶ କରିଥିବା ବିଷୟ ଉପରେ ମଜୁର କରିବା ଲାଗି ବିଚାର, ନିଗମର ନିଗମ ଏବଂ ପ୍ରତିଷ୍ଠା ପାଇଁ ଷ୍ଟାଣ୍ଡିଂ କମିଟି ସୁପାରିଶ କରିଥିବା ବିଷୟ ଗୁଡ଼ିକ ଉପରେ କରିବା ବିଚାର, ଦୁଇଟି ଯୁକ୍ତ ନିଗମ ମଧ୍ୟରେ ପାରସ୍ପରିକ ବିବାଦର ସମାଧାନ ପାଇଁ ଷ୍ଟାଣ୍ଡିଂ କମିଟି ସୁପାରିଶ କରିଥିବା ବିଷୟ ଉପରେ ବିଚାର, ୨୦୨୨ – ୨୩ ମାର୍ଚ୍ଚ ଓ ଅପ୍ରେଲ୍ ମାସର ରାଜସ୍ୱ ଆଦାୟ ବିବରଣୀ ପ୍ରଦାନ ସହ ୨୦୨୨ – ୨୩ ମାର୍ଚ୍ଚ ମାସର ଆୟ ବ୍ୟୟ ସଂକ୍ରାନ୍ତୀୟ ବିବରଣୀ ପ୍ରଦାନ, ୨୦୨୨ – ୨୩ ମାର୍ଚ୍ଚ ଓ ଅପ୍ରେଲ୍ ମାସର ରାଜସ୍ୱ ଆଦାୟ ବିବରଣୀ ପ୍ରଦାନ, ୨୦୨୨ – ୨୩ ମାର୍ଚ୍ଚ ମାସର ଆୟ ବ୍ୟୟ ସଂକ୍ରାନ୍ତୀୟ ବିବରଣୀ ପ୍ରଦାନ କରାଯାଇଥିଲା ।
ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସମସ୍ତ କରଦାତା ମାନଙ୍କୁ ଜଣାଇ ଦିଆଯାଉଛି ଯେ, ଯେଉଁ ମାନେ ୨୦୨୩ – ୨୪ ବର୍ଷ ପାଇଁ ବାର୍ଷିକ ଘର ଟିକସ, ଏକ କିସ୍ତିରେ ଆସନ୍ତା ୧.୦୪.୨୦୨୩ ତାରିଖ ଦିନ ଠାରୁ ୩୧.୦୫.୨୦୨୩ ତାରିଖ ମଧ୍ୟରେ ସରକାରୀ ଛୁଟି ଦିବସ ବ୍ୟତୀତ ପୈଠ କରିବେ ସେମାନେ ଓଡ଼ିଶା ମହାନଗର ନିଗମ ଅଧ୍ୱନିୟମ – ୨୦୦୩ର ଧାରା (୦୨) ଅନୁଯାୟୀ ଶତକଡ଼ା ୫ ଶତାଂଶ ହାରରେ ରିହାତି ପାଇବେ ପ୍ରକାଶ ଥାଉ କି, ଉପରୋକ୍ତ ରିହାତି ସରକାରୀ କୋଠା ବାଡ଼ି ପାଇଁ ମଧ୍ୟ ପ୍ରଯୁଜ୍ୟ ହେବା କୌଣସି କରଦାତା ଏବଂ ସରକାରୀ କୋଠାବାଡ଼ି ଉପରେ ଘର ଟିକସ ଇତ୍ୟାଦି ବକେୟା ଥିଲେ ସେମାନେ ବିକେୟା ପୈଠ କଲା ପରେ ହିଁ ୨୦୨୩ – ୨୪ ଆର୍ଥିକ ବର୍ଷ ପାଇଁ ଅଗ୍ରିମ ପୈଠ କଲେ ରିହାତି ପାଇ ପାରିବେ। ପୁନଶ୍ଚ ପ୍ରକାଶ କରାଯାଉଛି କି, ଦୀର୍ଘ ଦିନରୁ ଗୃହ ଟିକସ ବକେୟା ଥିବା କରଦାତା ଯଦି ଆସନ୍ତା ୩୧.୦୩.୨୦୨୩ ତାରିଖ ମଧ୍ୟରେ ଦେୟ ପୈଠ ନ କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା ।
ଏହାସହ ବ୍ରହ୍ମପୁର ମହାନଗର ନିଗମ ଦ୍ବାରା ଏକ ରୋଡ଼ ରୋଲର ବିଗତ ୬ ମାସ ହେଲା ଭଡ଼ା ସୂତ୍ରରେ ନିୟୋଜିତ କରାଯାଇଥିଲା, ଯାହା ବର୍ତ୍ତମାନ ନିୟୋଜିତ ଅବଧି ୦୮.୦୫.୨୦୨୩ ତାରିଖରେ ସମାପ୍ତି ହୋଇଯାଉଛି । ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମରେ ବହୁ ଉନ୍ନତି ମୂଳକ କାର୍ଯ୍ୟ ଚାଲୁ ରହିଛି । କିନ୍ତୁ ଉକ୍ତ କାର୍ଯ୍ୟ ଗୁଡ଼ିକ ସୂଚାରୁ ରୂପେ ସମ୍ପାଦନ ପାଇଁ ଉକ୍ତ ରୋଡ଼ ରୋଲରକୁ ଅନୁମୋଦିତ ଭଡ଼ା ସୂତ୍ରରେ ପୁନଃ ନିୟୋଜିତ କରିବା ସକାଶେ ପରିଷଦ ମଞ୍ଜୁର କରିବା ଦିଗରେ ବିଚାର କରାଯାଇଥିଲା । ଏହାସହ ପରି ଶେଷରେ ଓଡ଼ିଶା ସରକାରଙ୍କ ଶ୍ରମ ଆୟୁକ୍ତ, ଭୁବନେଶ୍ବର ଲେବର କମିଶନରଙ୍କ ପତ୍ର ସଂଖ୍ୟା ୨୫୦୦, ୦୫.୦୪.୨୦୨୩ ତାରିଖରେ ଦର୍ଶିତ ନିମ୍ନକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତିକୁଶଳୀ ମାନଙ୍କର ନ୍ୟୁନତମ ମଜୁରୀ ଉପରେ ଦୈନିକ ୧୨.୦୦ ହାରରେ ପରିବର୍ତ୍ତନଶୀଳ ପ୍ରିୟତା ଭତ୍ତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଅଛି, ତେବେ କମିଶନରଙ୍କ ଆଦେଶ ପ୍ରକାରେ ବ୍ରହ୍ମପୁର ମହାନଗର ନିଗମରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଦିନ ମଜୁରିଆ ମାନଙ୍କର ନ୍ୟୁନତମ ମଜୁରୀ ଉପରେ ୧୨.୦୦ ହାରରେ ପରିବର୍ତ୍ତନଶୀଳ ପ୍ରିୟତା ଭତ୍ତା ୦୧.୦୪.୨୦୨୩ ତାରିଖ ଠାରୁ ପ୍ରଦାନ କରିବା ନିମନ୍ତେ ମଞ୍ଜୁର କରିବା ପାଇଁ ଉକ୍ତ ବୈଠକରେ ବିଚାର ହୋଇଥିବା ନେଇ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ଓ କମିଶନର ଜେ ସୋନାଲ ସୂଚନା ଦେଇଛନ୍ତି ।
ଏହାପରେ ନିଗମର ସଦସ୍ୟ ମାନେ ତଥା କର୍ପୋରେଟର ମାନଙ୍କୁ ଅଣଦେଖା ହେଉଥିବା ଗୃହରେ ଅଭିଯୋଗ କରାଯାଇଥିଲା । ଏହାସହ ନିଜ ନିଜ ୱାର୍ଡ ଗୁଡ଼ିକର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ରହିଥିବା ଅବ୍ୟବସ୍ଥା ଓ ତାହାର ତୁରନ୍ତ ସମାଧାନ ନେଇ ବୈଠକରେ ପ୍ରଶ୍ନ କରିବା ସହ ବହୁ ହିତକର ପ୍ରସ୍ତାବ ଦେଇ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଥିଲେ । ତେବେ ବାରମ୍ବାର ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ ନେଇ ଗୃହରେ ମେୟର ଓ କମିଶନରଙ୍କୁ ଅଭିଯୋଗ କରିଥିଲେ କର୍ପୋରେଟର ବୃନ୍ଦ। ଏହି ପରିପ୍ରେକ୍ଷୀରେ ମାନ୍ୟବର ବିଧାୟକ ଶ୍ରୀ ପଣ୍ଡା ଅଧିକାରୀ, କର୍ମଚାରୀ ଓ ଯନ୍ତ୍ରୀ ମାନଙ୍କୁ ତାଗିଦ୍ କରି କହିଛନ୍ତି ଯେ, ଜନ ପ୍ରତିନିଧି ମାନଙ୍କ ଉର୍ଦ୍ଧ୍ୱରେ ଯାଇ ମନମୁଖୀ କାର୍ଯ୍ୟ କଲେ ଚାକିରି ବିଦା କରାଯିବ ବୋଲି ବିଧାୟକ ବିକ୍ରମ କୁମାର ପଣ୍ଡା ଚେତାବନୀ ଦେଇଥିଲେ। ଏହି ସାଧାରଣ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କମିଶନର ବିନୋଦ ବେହେରା, ଆଶୀର୍ବାଦ ପରିଡ଼ାଙ୍କ ସମସ୍ତ ବିଭାଗୀୟ ଅଧିକାରୀ, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଠିକାଦାର ମାନେ ଉପସ୍ଥିତ ଥିଲେ।