ବ୍ରାହ୍ମଣ ସମାଜର ଏକତ୍ରୀ କରଣ ସହ, ସତ୍ୟ, ଧର୍ମ ଏବଂ ନ୍ୟାୟ ପ୍ରତିଷ୍ଠା ଉପରେ ମହାସଭା ଅନୁଷ୍ଠିତ

ଚିଲିକା,24/09: ଓଡିଶା ବ୍ରାହ୍ମଣ ସମାଜ ର ଖୋର୍ଦ୍ଧା ଜିଲ୍ଲା ଶାଖା ତରଫରୁ ବାଲୁଗାଁ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବ ଙ୍କ ପ୍ରାଙ୍ଗଣରେ ମା ଭଗବତୀ ମଣ୍ଡଳ ବ୍ରାହ୍ମଣ ଶାସନ ଚିଲିକା ବ୍ଲକ ଓ ବାଣପୁର ବ୍ଲକ ତରଫରୁ ବନ୍ଧୁ ମିଳନ ପର୍ବ ସହିତ ଏକ ମହା ସଭାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, ଜଟଣୀ, ନିରାକାରପୁର, ଟାଙ୍ଗୀ, ଚାନ୍ଦପୁର, ବାଲୁଗାଁ, ବାଣପୁର, ନାଚୁଣୀ ଅଞ୍ଚଳରୁ ବ୍ରାହ୍ମଣ ମାନେ ଏକତ୍ରିତ ହୋଇ ସମାଜର ମଙ୍ଗଳ ଉଦେଶ୍ୟ ରେ ବିଭିନ୍ନ କାର୍ଯ୍ୟ କରୁଥିବା ସମୟରେ ବିଭିନ୍ନ ସମସ୍ୟା କୁ ନେଇ ସରକାରଙ୍କ ଦୃଷ୍ଟି ଗୋଚର କରିବା ନିମନ୍ତେ ଓଡିଶା ର ଅଗଣିତ ବ୍ରାହ୍ମଣ ଦେବତା ଙ୍କୁ ଏକତ୍ରିତ କରି ଆଲୋଚନା ପର୍ଯ୍ୟା ଲୋଚନା କରାଯାଇଥିଲା l ସାଧାରଣ ବର୍ଗ ଭାବେ ସରକାରୀ ସ୍ତରରେ ବ୍ରାହ୍ମଣ ମାନଙ୍କୁ ଯେଉଁ ଭଳି ଅବହେଳିତ କରାଯାଉଛି ସରକାର ତାହା ଉପରେ ଗୁରୁତ୍ୱ ଦେବା ସହ ବ୍ୟବସ୍ଥାର ପରିବର୍ତ୍ତନ କରିବା ଏପରିହାର୍ଯ୍ୟ l

ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ସଂଯୋଜକ ଆଚାର୍ଯ୍ୟ ସୀ ମାଞ୍ଚଳ ଦାଶ ବର୍ମା ଙ୍କ ନେତୃତ୍ୱ ରେ ପୂର୍ବରୁ ବିଭିନ୍ନ ପଦପଦଵୀ ରେ ରହିଥିବା ବ୍ରାହ୍ମଣ ଙ୍କ ସହଯୋଗ ରେ ଚିଲିକା ବ୍ଲକ ଓ ବାଣପୁର ବ୍ଲକ ରେ ନୂତନ ଭାବେ ସଂଗଠନ ର ଦାୟିତ୍ୱ ବହନ କରିବା ନିମନ୍ତେ ନିର୍ବାଚନ କରାଯାଇଥିଲା l ତେବେ ଉପଦେଷ୍ଟା ଭାବେ ମହେଶ୍ୱର ଦାଶ , ନୃସିଂହ ଚରଣ ମିଶ୍ର, ସଭାପତି ସରୋଜ କୁମାର ଦାଶ , ଉପ ସଭାପତି ରାଧା ନାଥ ତ୍ରିପାଠୀ, ନିରଞ୍ଜନ ଦାଶ , ସମ୍ପାଦକ ଭାବେ ବିଶ୍ୱଜିତ ରଥ, ସହ ସମ୍ପାଦକ ଭାବେ ବିରଞ୍ଚି ନାରାୟଣ ମିଶ୍ର ଓ ମନୋରଞ୍ଜନ ଦାଶ , ମଣ୍ଡଳ ମୁଖ୍ୟ ଗୋପାଳ ଚନ୍ଦ୍ର ଷଡ଼ଙ୍ଗୀ ଚୟନ ହୋଇଥିବା ବେଳେ ଜରୁରୀ ସେବା ଓ ଗୋ ସେବା ପାଇଁ ପ୍ରିୟ ରଞ୍ଜନ ଦାଶ , ପୂର୍ଣ୍ଣ ଚନ୍ଦ୍ର ଦାଶ , ଦେବେନ୍ଦ୍ର କୁମାର ଦାଶ , ଲଷ୍ମୀଧର ହୋତା, ରାମଚନ୍ଦ୍ର ସାମନ୍ତରାୟ, ପ୍ରମୋଦ ମିଶ୍ର, ବିଜୟ କୁମାର ମିଶ୍ର ଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରା ଯାଇଛି lସମସ୍ତ ବ୍ରାହ୍ମଣ ମାନଙ୍କୁ ବ୍ରାହ୍ମଣ ସମାଜ ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l