ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଛତ୍ରପୁର ଜୋନାଲ କମିଟି ବୈଠକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୋଧରେ ଲଢେଇ ହେବ- ନୀଳକଣ୍ଠ ଦାଶ
ଛତ୍ରପୁର, ୦୧/୧୦ : ଛତ୍ରପୁର ସ୍ଥିତ ଲକ୍ଷ୍ମଣ ଭବନ ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଛତ୍ରପୁର ଜୋନାଲ କମିଟି ବୈଠକ ବରିଷ୍ଠ ନେତା ପି.ନାରାୟଣ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୋଧରେ ବର୍ଷିଥିଲେ । ଏହାସହିତ ଅହେତୁକ ନିତ୍ୟବ୍ୟବହାର୍ଯ୍ୟ ଦରଦାମ ବୃଦ୍ଧି , ସ୍ଥାନୀୟ ସମସ୍ୟା କୁ ନେଇ ଆନ୍ଦୋଳନ କରାଯିବ ବୋଲି ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜୋନର ସହ-ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ବିବରଣୀ ଉପସ୍ଥାପନା କରିବା ସହିତ ଅକ୍ଟୋବର ମାସରେ ଶାଖା ବୈଠକ, ଗଣ ପାଣ୍ଠି ସଂଗ୍ରହ ସହ ଆଗାମି ସାଧାରଣ ନିର୍ବାଚନ ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ବୈଠକରେ ବରିଷ୍ଠ ଆଇନଜିବୀ ଆଦିତ୍ୟ ମିଶ୍ର, ପ୍ରଫୁଲ କୁମାର ପାଣିଗ୍ରାହୀ , ଏସ.ତ୍ରିନାଥ ରେଡ୍ଡୀ, କୃଷ୍ଣ ଚନ୍ଦ୍ର ରାଉଳ, ପୂର୍ଣ୍ଣ ଚନ୍ଦ୍ର ଗୈାଡ, ଏନ.ସୁକାନ୍ତ ଆଚାରୀ, ଦଣ୍ଡପାଣି ନାୟକ, ପ୍ରଶାନ୍ତ ପଣ୍ଡା ଏବଂ ଜୋନାଲ ସହ- ସମ୍ପାଦକ ରାଜେନ୍ଦ୍ର ନାହାକ ଙ୍କ ସମେତ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।