ଚିଲିକା,23/09:ଖୋର୍ଦ୍ଧା ଜିଲ୍ଲା ବଡ଼କୁଳ ନିକଟସ୍ଥ ସୁବୁଦ୍ଧି ପାଟଣା ଛକ ବାଇପାସରେ ଏକ ଯାତ୍ରୀବାହି ଭ୍ୟାନ ଦୁର୍ଘଟଣାର ଶିକାର ହୋଇଛି l ସୂଚନା ମୁତାବକ ଦ୍ରୁତଗତିରେ ଗାଡିଚାଳନା ଯୋଗୁଁ ଏହି ଯାତ୍ରୀବାହି ଭ୍ୟାନଟି 16 ନମ୍ବର ଜାତୀୟ ରାଜପଥ ତଳକୁ ଦୁଇ ପାଲଟା ଦେଇ ବୁଦା ଭିତରେ ଓଲଟି ପଡ଼ିଥିବା ଜଣାପଡିଛି l ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତିଲେ ଯାତ୍ରୀ ଓ ଡ୍ରାଇଭର l ଦୁର୍ଘଟଣା ଗ୍ରସ୍ତ ଯାତ୍ରୀଙ୍କ ଶରୀରରେ କିଛି କ୍ଷତ ହୋଇଥିବା ଯାହା ସୂଚନା ମିଳି ପାରିଛି l ତେବେ ସ୍ଥାନୀୟ ଲୋକଙ୍କ ସହାୟତା ରେ ଗାଡି ଭିତରେ ଫସି ରହି ଥିବା ସମସ୍ତ ଆହତଙ୍କୁ ଉଦ୍ଧାର କରାଯିବା ସହିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି l